Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଆଜିଠୁ ଖୋଲୁଛି ସ୍କୁଲ୍ : କିନ୍ତୁ ମାନିବାକୁ ପଡ଼ିବ ଏସବୁ ଗାଇଡଲାଇନ୍ସ

19/10/2020 at 9:47 AM

ନୂଆଦିଲ୍ଲୀ ୧୯/୧୦: ଦେଶରେ କରୋନା ଭାଇରସ୍ ମହାମାରୀ ଥମିବାର ନାଁ ନେଉନାହିଁ। ଦେଶ​‌ରେ ପ୍ରତିଦିନ କରୋନା ଭାଇରସରେ ସଂକ୍ରମିତଙ୍କ ସୂଚନା ଜାରି ହେଉଛି। ଏହି ସମୟରେ ଦେଶର ଅନେକ ସ୍ଥାନରେ ଅନେକ ଦିନ ପରେ ଆଜିଠୁ ସ୍କୁଲ୍ ଖୋଲୁଛି। ଏହି କାରଣରୁ ସ୍କୁଲଗୁଡ଼ିକୁ କରୋନା ଭାଇରସ୍ ସହ ଜଡ଼ିତ ଗାଇଡଲାଇନ୍ ପାଳନ କରିବାକୁ ହେବ।

କରୋନା ଭାଇରସ୍ ସଙ୍କଟ କାରଣରୁ ଦେଶରେ ଲକଡାଉନ୍ ଲାଗୁ କରାଯାଇଥିଲା। ଯାହା ପରେ ଏବେ ଦେଶରେ ଅନଲକ୍ ପ୍ରକ୍ରିୟା ଜାରି ରହିଛି। ଏହି ଅନଲକ୍ ପ୍ରକ୍ରିୟା ଅନୁସାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସ୍କୁଲ୍ ଖୋଲିବାର ଅନୁମତି ମଧ୍ୟ ଦେଇଛି। ଯାହା ଫଳରେ କେତେକ ରାଜ୍ୟ ଅକ୍ଟୋବର ୧୫ତାରିଖରୁ ସ୍କୁଲ୍ ଖୋଲିବାର ନିଷ୍ପତ୍ତି ନେଇଥିବାବେଳେ କେତେକ ରାଜ୍ୟ ଅକ୍ଟୋବର ୧୯ ଅର୍ଥାତ୍ ଆଜିଠୁ ସ୍କୁଲ୍ ଖୋଲୁଛି।

ଭାରତରେ ଆଜିଠୁ ଉତ୍ତରପ୍ରଦେଶ,ପଞ୍ଜାବ ଏବଂ ସିକ୍କିମ ଭଳି ରାଜ୍ୟରେ ସ୍କୁଲ୍ ଖୋଲିବ। ସ୍କୁଲ୍ ଖୋଲିବାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ଯାହାକୁ କରୋନା ମହାମାରୀରେ ପାଳନ କରିବାକୁ ପଡ଼ିବ। ଆଜିଠୁ ପଞ୍ଜାବରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ୯-୧୨ରୁ ଶ୍ରେଣୀ ଯାଏଁ ଖୋଲାଯିବ।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ଆଜିଠୁ ସ୍କୁଲ୍ ଖୋଲିବ। କରୋନା ମହାମାରୀକୁ ଆଖି ଆଗରେ ରଖି ୬ମାସରୁ ଅଧିକ ସମୟ ଯାଏଁ ସ୍କୁଲ୍ ବନ୍ଦ ରହିବା ପରେ ୯ରୁ ୧୨ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୟୁପିରେ ସ୍କୁଲ୍ ଖୋଲିବ। ଉତ୍ତରପ୍ରଦେଶରେ ଅଭିଭାବକଙ୍କ ଅନୁମତିରେ ହିଁ ପିଲା ସ୍କୁଲକୁ ଆସି ପାରିବେ। ଏହା ବ୍ୟତୀତ ସିକ୍କିମରେ ମଧ୍ୟ ସ୍କୁଲଗୁଡ଼ିକ ଆଜିଠୁ ଖୋଲିବ। ସିକ୍କିମରେ ବର୍ତ୍ତମାନ ଶିକ୍ଷା ବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ।

ଫର୍ଣ୍ଣିଚର,ଷ୍ଟେସନାରୀ,କ୍ୟାଣ୍ଟିନ୍,ଲ୍ୟାବ୍ ସହ ପୂରା ପରିସର ଏବଂ କ୍ଲାସ୍‌ ରୁମକୁ ପ୍ରତିଦିନ ସାନିଟାଇଜ କରିବାକୁ ପଡ଼ିବ। ଗୋଟିଏ କ୍ଲାସରେ ଗୋଟିଏ ଦିନରେ ୫୦ପ୍ରତିଶତ ପିଲା ହିଁ ବସିବେ। ଦ୍ବିତୀୟ ଦିନ ଅନ୍ୟ ପିଲାମାନେ ପଢ଼ିବେ। ୨ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ଫୁଟର ବ୍ୟବଧାନ ରଖିବାକୁ ହେବ। ଏହା ବ୍ୟତୀତ ସବୁଠୁ କଡ଼ା ନିୟମ ହେଉଛି ଏହା ଯେ କୌଣସି ଛାତ୍ରଛାତ୍ରୀ ନିଜ ଅଭିଭାବକଙ୍କ ବିନା ଲିଖିତ ଅନୁମତି​‌ରେ ସ୍କୁଲ୍ ଆସିପାରିବେ ନାହିଁ।

ଏହା ବ୍ୟତୀତ ସୋସିଆଲ୍ ଡିସଟ୍ୟାନସିଂର ଧ୍ୟାନ ରଖିବାକୁ ପଡ଼ିବ। ଅଭିଭାବକ ନିଜେ ପିଲାଙ୍କୁ ଆଣିବେ ଏବଂ ନେଇଯିବେ। ପିଲାଙ୍କୁ ୟୁନିଫର୍ମରେ ଫୁଲ ସାର୍ଟ,ଫୁଲ ପ୍ୟାଣ୍ଟ ଏବଂ ଜୋତା ମୋଜା ପିନ୍ଧିବାକୁ ପଡ଼ିବ। ଗାଇଡଲାଇନ୍ସ ପାଳନ ଅନିବାର୍ଯ୍ୟ ରହିବ। କ୍ଲାସରୁମରେ ମାସ୍କ ଖୋଲିବାର ଅନୁମତି ମିଳିବ ନାହିଁ।

   Related Posts