ବନ୍ଧା ପଡିଛି ଭବିଷ୍ୟତ : ଗାଁଲୋକ ପଢାଉଛନ୍ତି, ଖାଇବାକୁ ଦେଉଛନ୍ତି, ହେଲେ ପରୀକ୍ଷା ଦେଇ ପାରିବେ ନାହିଁ ଛାତ୍ରଛାତ୍ରୀ

Published By : Prameya-News7 Bureau | March 01, 2020 IST

ଭଦ୍ରକ ୧।୩: ସରକାରୀ ନିୟମ ଭିତରେ ବନ୍ଧା ପଡ଼ିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପିଲାଙ୍କ ସୁରକ୍ଷା ପାଇଁ ଦୂର ସ୍କୁଲକୁ ଛାଡୁ ନାହାନ୍ତି ଅଭିଭାବକ । ପିଲାଏ ଏବେ ବାରଣ୍ଡାରେ ପଢ଼ୁଛନ୍ତି । ଗାଁ ଲୋକେ ଯାହା ଖାଦ୍ୟ ଦେଉଛନ୍ତି ଖାଉଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାରିବେ ନାହିଁ । ଭଦ୍ରକ ବନ୍ତ ନରସିଂହପୁର ଗାଁରେ ଏଭଳି ଦେଖିବାକୁ ମିଳିଛି ।

{"id":231220,"sizeSlug":"large"}

ଭଦ୍ରକ ବନ୍ତ ନରସିଂହପୁର  ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା । ପିଲାଏ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଗାଁର ଜଣେ ଯୁବକ । ଆଉ ବିଦ୍ୟାଳୟରେ ତାଲା ପଡିଛି । ସରକାରୀ ନିୟମ ଅନୁଯାୟୀ  ଛାତ୍ରଛାତ୍ରୀ ସଂଖ୍ୟା ୧୦ ନହେବାରୁ ସ୍କୁଲ ବନ୍ଦ କରାଯାଇଛି । ପିଲାଙ୍କୁ ଗାଁ ଲୋକେ ମାଗଣା ଖାଇବାକୁ ଦେଉଛନ୍ତି । ପିଲା ପାଠ ପଢ଼ୁଛନ୍ତି, ମଧ୍ୟାହ୍ନ ଭୋଜନର ବିକଳ୍ପ ବ୍ୟବସ୍ଥା ବି ହେଇଛି । ହେଲେ ଛାତ୍ରଛାତ୍ରୀ ପରୀକ୍ଷା କେମିତି ଦେବେ ?

{"id":231221,"sizeSlug":"large"}

ସ୍କୁଲ ବନ୍ଦ ହେଲେ ସରକାରୀ ନିୟମ ଅନୁଯାୟୀ ନିକଟସ୍ଥ ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ । ଏଥିପାଇଁ ସେମାନଙ୍କୁ ଯାତାୟତ ବାବଦକୁ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଜଣେ ଛାତ୍ର ନିକଟସ୍ଥ ବିଦ୍ୟାଳୟକୁ ଯିବା ବେଳେ ଦୁର୍ଘଟଣାର ଶିକାର ହେଲା । ଫଳରେ ଅଭିଭାବକ ଭୟରେ ସ୍କୁଲକୁ ପିଲାଙ୍କୁ ଛାଡ଼ୁନଥିବା ଅଭିଯୋଗ ହୋଇଛି ।  

{"id":231222,"sizeSlug":"large"}

ସରକାରୀ ନିୟମ ପାଇଁ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହେଲା ଭଳି ଅବସ୍ଥା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.