ରାଜଧାନୀ ଉପକଣ୍ଠ ବିଦ୍ୟାଳୟରେ ଶିକ୍ଷକ ଅଭାବ- ସଂସ୍କୃତ ବଦଳରେ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ରଖିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ

Published By : Prameya-News7 Bureau | October 03, 2019 IST

ଭୁବନେଶ୍ୱର - ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଲାଗି ସରକାର ଅନେକ କଥା କହୁଛନ୍ତି । ହେଲେ ଭୁବନେଶ୍ବର ଉପକଣ୍ଠ ବରିମୁଣ୍ଡ ବାପୁଜୀ ନୋଡାଲ ବିଦ୍ୟାଳୟର ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ସଂସ୍କୃତ ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ବିକଳ୍ପ ବାଛିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଦୁଇ ବର୍ଷ ହେଲା ସ୍କୁଲରେ ସଂସ୍କୃତ ବିଭାଗର କେହି ବି ଶିକ୍ଷକ  ନାହାନ୍ତି । ଅଷ୍ଟମରେ ସଂସ୍କୃତ ବାଧ୍ୟତାମୂଳକ ଥିବା ବେଳେ ପିଲାଙ୍କୁ ପଢାଇବାକୁ କେହି ନାହାନ୍ତି । ନବମ ଓ ଦଶମରେ ସଂସ୍କୃତ ସହ ହିନ୍ଦୀ ବିକଳ୍ପ ଭାବେ ରହିଛି । ହେଲେ ଯେଉଁମାନେ ସଂସ୍କୃତ ବିଷୟ ରଖିବାକୁ ଚାହୁଁଛନ୍ତି, ସେମାନଙ୍କୁ ବାଧ୍ୟ କରାଯାଉଛି ହିନ୍ଦୀ ରଖିବାକୁ । ଖୋଦ୍ ପ୍ରଧାନ ଶିକ୍ଷୟୀତ୍ରୀ ଏ ଭଳି ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷକ ସମସ୍ୟାର ସମାଧାନ ନ କରି ପିଲାଙ୍କୁ ସବଜେକ୍ଟ ଚେଞ୍ଜ କରିବାକୁ କୁହାଯିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ଯଦି ରାଜଧାନୀ ଉପକଣ୍ଠରେ ଏ ଚିତ୍ର ତାହେଲେ ବାକି ବିଦ୍ୟାଳୟର ଚିତ୍ର ଅନୁମାନ କରାଯାଇପାରେ । ବରିମୁଣ୍ଡ ବାପୁଜୀ ନୋଡାଲ ବିଦ୍ୟାଳୟରେ ୧୦ଟି ଶ୍ରେଣୀର ୩୦୦ ଛାତ୍ରୀଛାତ୍ରୀଙ୍କ ଲାଗି ୧୦ ଜଣ ଶିକ୍ଷକ ରହିଛନ୍ତି । ତେବେ ସଂସ୍କୃତ ଶିକ୍ଷକ ସମସ୍ୟାର ତୁରନ୍ତ ସମାଧାନ ଲାଗି ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.