୯ ମାସ ପରେ ଖୋଲିଲା ସ୍କୁଲ୍ ; କରୋନା ସଂକ୍ରମିତ ହେଲେ ପ୍ରଧାନଶିକ୍ଷକ, ଏବେ ଛାତ୍ରଛାତ୍ରୀଙ୍କର ହେବ କୋଭିଡ଼ ଟେଷ୍ଟ

Published By : Prameya-News7 Bureau | January 09, 2021 IST

ଗୟା ୦୯।୦୧: ଦୀର୍ଘ ଦିନ ପରେ ଖୋଲିଛି ସ୍କୁଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଧୀରେ ଧୀରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରାୟ ୯ମାସ ପରେ ଖୋଲିଛି ସ୍କୁଲ । ଏହାମଧ୍ୟରେ ବିହାରର ଗୟା ଜିଲ୍ଲା ମୁଙ୍ଗେର ଜିଲ୍ଲାରୁ ଏକ ବଡ଼ ଖବର ଆସିଛି । ଜିଲ୍ଲା ଖୋଜରସାରାୟ ସରେଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାପରେ ସ୍କୁଲକୁ  ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସରେଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କରୋନା ସଂକ୍ରମିତ ଜଣାପଡିବା ପରେ ତୁରନ୍ତ ଆକ୍ସନ ମୋଡ଼ରେ ଆସିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଆଗାମୀ ଆଦେଶ ପର୍ଯ୍ୟନ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏପରିକି ସେହିଦିନ ଉପସ୍ଥିତ ଥିବା ସ୍କୁଲର ସମସ୍ତ ପଦାଧିକାରୀ ଓ ଛାତ୍ରଛାତ୍ରୀଙ୍କ ରାପିଡ୍ ଆଣ୍ଟିଜେନ୍‌ କିଟ୍‌ରେ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ  ବ୍ୟତୀତ ଗ୍ରାମବାସୀଙ୍କ ମଧ୍ୟ ଟେଷ୍ଟ କରାଯିବ । ଏହି ସମସ୍ତ ପକ୍ରିୟ ସ୍ଥାନୀୟ ଅଧିକାରୀଙ୍କ ନେତୃତ୍ୱରେ କରାଯିବ । କଣ୍ଟାକ୍ଟରେ ଆସିଥିବା ସମସ୍ତ ଲୋକଙ୍କ ଜଣ-ଜଣ କରି କରୋନା ଟେଷ୍ଟ କରାଯିବ ।

ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କ ମୁତାବିକ, ସ୍କୁଲ ପ୍ରଧାନଶିକ୍ଷକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ତୁରନ୍ତ ସ୍କୁଲକୁ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏପରିକି ସ୍କୁଲ ପରିସରକୁ ମଧ୍ୟ ସାନିଟାଇଜ କରାଯାଇଛି । ସେହିପରି ସେହିଦିନ ଉପସ୍ଥିତ ଥିବା ସମସ୍ତ ଛାତ୍ରାଛାତ୍ରୀ, ଶିକ୍ଷକ,କର୍ମଚାରୀଙ୍କର ପ୍ରଥମେ ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯିବା । ଏହାପରେ ସମସ୍ତଙ୍କ ଆରଟିପିସିଆର୍‌ ଯାଞ୍ଚ ମଧ୍ୟ କରାଯିବ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୯ମାସ ପରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ବେସରକାରୀ ଓ ସରକାରୀ ସ୍କୁଲ ଖୋଲିଥିଲା । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହି କରୋନା ସମୟରେ ସ୍କୁଲ ଖୋଲିବା ନିଷ୍ପତ୍ତି ବିପଦଜ୍ଜନକ ହେବାରେ ଲାଗୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.