ବାଇକ୍ ଉପରେ ଚଢିଗଲା ଟ୍ରକ୍, ଖେଳ ଶିକ୍ଷକଙ୍କ ମୃତ୍ୟୁ

Published By : Prameya-News7 Bureau | November 17, 2020 IST

ଢେଙ୍କାନାଳ ୧୭।୧୧: ବାଇକ୍ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଜଣେ ଖେଳ ଶିକ୍ଷକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୫୫ ନଂ ଜାତୀୟ ରାଜପଥ ମୋଟଙ୍ଗା ଥାନା ଗୌଡକାଟେଣୀ ନିକଟରେ ଘଟିଛି ଦୁର୍ଘଟଣା । ବାଇକରେ ଯାଉଥିବା ଜଣେ ଖେଳ ଶିକ୍ଷକଙ୍କ ଉପରେ ଚଢିଗଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ଖେଳ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ତାଳଚେର ଡିଏଭି ସ୍କୁଲରେ କାର୍ଯ୍ୟରତ ଥିବା ଖେଳ ଶିକ୍ଷକ ଜଗନ୍ନାଥ ଦାସ । ତାଳଚେରରୁ ନିଜ ଘର ପୁରୀକୁ ଯାଉଥିବାବେଳେ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.