ଭାଇର ଫି’ ଛାଡ଼ ପାଇଁ ଅନୁରୋଧ କରିବାକୁ ଯାଇଥିଲା ଭଉଣୀ, ଦୁଷ୍କର୍ମ କଲା ସ୍କୁଲ ମାଲିକ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯: ଗ୍ରେଟର ନୋଏଡାରେ ଇକୋଟେକ୍-୩ ଥାନା ସ୍ଥିତ ଏକ ସ୍କୁଲର ମାଲିକ ଟଙ୍କା ପୈଠ ନକରିବାରୁ ଜଣେ ଛାତ୍ରଙ୍କ ଭଉଣୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୀରଜ ଭାଟି ନାମକ ବ୍ୟକ୍ତିର ନିଜର ଏକ ସ୍କୁଲ ରହିଛି । ପୀଡ଼ିତାଙ୍କ ଭାଇ ସେହି ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ।

 ଲକ୍‌ଡାଉନ୍‌ ପାଇଁ ଛାତ୍ରଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତିକରୁଛି। କିନ୍ତୁ ସ୍କୁଲ ମାଲିକ ସେକଥା ଶୁଣିବାକୁ ନାରାଜ। ବାରମ୍ବାର ଟଙ୍କା ଦେବାକୁ ଛାତ୍ରଙ୍କ ଉପରେ ଚାପ ପକାଉଥିଲା ସ୍କୁଲ ମାଲିକ ନୀରଜ ଭାଟି । ଛାତ୍ର ଜଣଙ୍କ ଏନେଇ ଘରେ କହିବା ପରେ ତାଙ୍କ ୨୦ ବର୍ଷୀୟା ଭଉଣୀ ସ୍କୁଲ ମାଲିକଙ୍କୁ ଫି ଛାଡ଼ିବାକୁ ଅନୁରୋଧ କରିବାକୁ ସ୍ଥିର କରିଥିଲେ ।

ସ୍କୁଲ ଫି’ ଦେଇପାରିବେନି ବୋଲି କହିବାକୁ ସ୍କୁଲ ଯାଇଥିବା ବେଳେ ଯୁବତୀଙ୍କୁ ଏକୁଟିଆ ପାଇ ସ୍କୁଲ ମାଲିକ ନୀରଜ ଭାଟି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଅଭିଯୋଗ କରିଥିବା ପୋଲିସ କହିଛି । ପୀଡ଼ିତାଙ୍କ ଅଭିଯୋଗ ପରେ ସ୍କୁଲ ମାଲିକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.