ସରିଲା ଗ୍ରୀଷ୍ମ ଛୁଟି !

Published By : Prameya-News7 Bureau | June 26, 2018 IST

ସରିଲା ଗ୍ରୀଷ୍ମ ଛୁଟି । ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିଛି । ନିୟମିତ ଭାବେ କ୍ଲାସ ଚାଲିବ । ଦୁଇ ମାସ ପରେ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ । ବର୍ଷା ସତ୍ତ୍ବେ ପିଲାମାନେ ବ୍ୟାଗ ଧରି ସ୍କୁଲରେ ହାଜର ଛାତ୍ରଛାତ୍ରୀ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଧାରିତ ସମୟରେ ସ୍କୁଲ୍ ରେ ଯୋଗଦେବାକୁ କୁହାଯାଇଛି । ବିଦ୍ୟାଳୟ କ୍ୟାମ୍ପସ୍ ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ୍ ୧୮ରେ ଗ୍ରୀଷ୍ମ ଛୁଟି ଶେଷ ହେବାର ଥିଲା । କିନ୍ତୁ ପ୍ରବଳ ଖରା ଯୋଗୁଁ ପ୍ରଥମେ ଗ୍ରୀଷ୍ମ ଛୁଟିକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ପରେ ଗ୍ରୀଷ୍ମ ଛୁଟିକୁ ଜୁନ୍ ୨୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.