୧୬ତାରିଖରେ ଖୋଲିବ ସ୍କୁଲ, କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ: ମାନିବେ କୋଭିଡ଼ ଗାଇଡଲାଇନ୍

Published By : Prameya-News7 Bureau | October 31, 2020 IST

ଭୁବନେଶ୍ୱର ୩୧।୧୦: ଆସିଲା ଅନଲକ୍- ୬ ଗାଇଡଲାଇନ୍ । ନଭେମ୍ବର ପାଇଁ ଅନ୍ ଲକ୍ -୬ ଗାଇଡ ଲାଇନ୍ ଜାରି କରଛନ୍ତି ରାଜ୍ୟ ସରକାର । ଏବଂ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବ । ତେବେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହେବ । ତେବେ ଏହି ନିର୍ଦ୍ଦେଶନାମା ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ୍ ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ରାଜ୍ୟରେ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଅନ୍‌ଲକ୍‌ ୬ରେ ରହିଛି ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ଉପରେ ରୋକ ଲଗାଯାଇଥିଲା । ରାଜ୍ୟରେ ଇତିମଧ୍ୟରେ କରୋନାକୁ ୭ମାସରୁ ଅଧିକ ଦିନ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ଖୋଲିବା ଉପରେ କଟକଣା ଲଗାଇଥିଲେ ସରକାର । କରୋନା ସମୟରେ ଛାତ୍ରଛାତ୍ରୀମାନେ ଅନଲାଇନ୍‌ ଜରିଆରେ ପାଠ ପଢୁଥିଲେ । ତେବେ କରୋନା ସ୍ଥିତିରେ ସୁଧାର ଆସୁଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.