ଦୀର୍ଘଦିନ ପରେ ଖୋଲିଛି ସ୍କୁଲ, କରୋନା କଟକଣାରେ ଚାଲିଛି ପାଠପଢ଼ା

Published By : Prameya-News7 Bureau | July 26, 2021 IST

ଭଦ୍ରକ ୨୬।୦୭: ଦୀର୍ଘଦିନର ଅପେକ୍ଷା ପରେ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ଭଦ୍ରକ  ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ  ଟିମ୍‌ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।

ନବମ ଶ୍ରେଣୀ ରୁ ପାସ୍‌ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି ଥିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଛନ୍ତି । ବିଦ୍ୟାଳୟ ଗେଟ ନିକଟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି  ଛାତ୍ରଛାତ୍ରୀ ଙ୍କୁ ସାନିଟାଇଜର ଦେବା ସହ ସାମାଜିକ ଦୂରତାରେ ସ୍କୁଲ ଭିତରକୁ ପ୍ରବେଶ କରାଉଛନ୍ତି । ଏପିରିକି ଥର୍ମାଲ ସ୍କ୍ରିନ୍‌ କରାଯାଉଛି । ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା ଟିପ୍ସ ସମ୍ବଳିତ ଫ୍ଲେକ୍ସ ଲଗାଯାଇଛି । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଙ୍କୁ ସାମାଜିକ ଦୂରତାରେ ବସାଯାଇଛି । ପିଲାଙ୍କୁ କରୋନା ସଚେତନତା ନେଇ ନିୟମ ବିଷୟରେ ଅବଗତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.