Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସ୍କୁଲ ଖୋଲିବ କି ନାହିଁ ଜୁଲାଇ ୩୧ ପରେ ନିଆଯିବ ନିଷ୍ପତ୍ତି…

26/06/2020 at 9:12 AM

ଭୁବନେଶ୍ୱର୨୬/୦୬: କରୋନା ପାଇଁ ସ୍କୁଲ ବନ୍ଦ ରହିଛି । ଏଭଳି ସମୟରେ ପିଲାଙ୍କୁ ଶିକ୍ଷାଦାନ ଦେବା ପାଇଁ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଜାରି ରହିଛି । କିନ୍ତୁ ସାରା ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ପିଲା ଅନ୍‌ଲାଇନ୍‌ରେ ପଢ଼ିପାରୁଛନ୍ତି । ଆହୁରି ୩୮ ଲକ୍ଷ ପିଲା ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏସମସ୍ତ ପିଲାଙ୍କୁ ପଢ଼ା ସହ ଯୋଡ଼ିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଆଲୋଚନା । କିଭଳି ଭାବେ ଅପହଞ୍ଚ ଓ ସୁବିଧା ନଥିବା ପିଲାଙ୍କୁ ଯୋଡ଼ାଯିବ ଏସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ପିଲାଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଓଡ଼ିଶା ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ । ଗତ ମେ ମାସରୁ ପାଠପଢ଼ା ଜାରି ରହିଛି । ହେଲେ ଏଥିରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ପିଲା ପଢ଼ିପାରୁଛନ୍ତି । ଅବଶିଷ୍ଟ ପିଲା ପଢ଼ାରୁ ବଞ୍ଚିତ ହେଉଛନ୍ତି । ଏସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସବୁ ପିଲାଙ୍କୁ ବହି ଯୋଗାଇ ଦିଆଯାଇଛି । ହେଲେ ସବୁ ପିଲା ଅନ୍‌ଲାଇନ୍‌ ପଢ଼ିବାର ସୁଯୋଗ ପାଉନାହାନ୍ତି । ଏହି ବଞ୍ଚିତ ପିଲାଙ୍କୁ ଶିକ୍ଷାଦାନ ପାଇଁ ଆଲୋଚନା ଚାଲିଛି । ସେମାନଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ଏକ କମିଟି ଗଠିତ ହୋଇଛି । ଆସନ୍ତା ୧୦ ଦିନ ଭିତରେ କମିଟି ତର୍ଜମା କରି ରିପୋର୍ଟ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ, ସ୍କୁଲ ଛୁଟି ଥିବାରୁ ପାଠପଢ଼ା ବ୍ୟାହାତ ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ଏଣିକି ଅନ୍‌ଲାଇନ୍‌ ଟପିକ୍‌ କୋର୍ସ ଆଧାରରେ ଶିକ୍ଷାଦାନ କରାଯିବ । ଏହାଦ୍ୱାରା ପିଲାଙ୍କ କୋର୍ସକୁ ଲକ୍ଷ୍ୟ କରି ଶିକ୍ଷକମାନେ ପଢ଼ାଇବେ । ରାଜ୍ୟର ସବୁ ସ୍କୁଲ ଓ କଲେଜ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି । ଏହା ପରେ ସ୍କୁଲ ଖୋଲିବ କି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନି । ଜୁଲାଇ ମାସରେ କରୋନାର ସ୍ଥିତିକୁ ଦେଖି କ’ଣ କରାଯିବ ତାହାର ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

ସେହିପରି ଗତକାଲି ଆଇସିଏସ୍‌ଇ ଓ ସିବିଏସ୍‌ଇର ବଳକା ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ ଘୋଷଣା ହୋଇଛି। ହେଲେ ରାଜ୍ୟରେ ଯୁକ୍ତ ଦୁଇର ବଳକା ଥିବା ପରୀକ୍ଷା ହେବ କି ନହେବ ସେନେଇ ଦ୍ୱନ୍ଦରେ ଅଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏପଟେ ଜୁଲାଇ ୧ରୁ ୧୫ ତାରିଖ ଭିତରେ ପରୀକ୍ଷା କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଆଜି ସିବିଏସ୍‌ଇ ଓ ଆଇସିଏସ୍‌ଇ ପରୀକ୍ଷା ବାତିଲ ହେବା ପରେ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ଆମର ଦଶମ ପିଲାଙ୍କ ପରୀକ୍ଷା ସରିଛି । ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ । ତେଣୁ ଏଥିପାଇଁ କୌଣସି ଅସୁବିଧଆ ନାହିଁ । ଅନ୍ୟପକ୍ଷରେ ପୂର୍ବରୁ ଯୁକ୍ତ ଦୁଇ ପିଲାଙ୍କ ବଳକା ଥିବା ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିପାଇଁ ତାରିଖ ମଧ୍ୟ ଠିକ୍‌ ହୋଇଥିଲା । କିନ୍ତୁ ଆଜି ସୁପ୍ରିମ୍‌କୋର୍ଟରେ ଆଇସିଏସ୍‌ଇ ଓ ସିବିଏସ୍‌ଇ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ଏହା ପରେ ରାଜ୍ୟରେ ଯୁକ୍ତ ଦୁଇ ପିଲାଙ୍କ ବଳକା ପରୀକ୍ଷା କରିବା ସମ୍ପର୍କରେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ସହ ଆଲୋଚନା ହେବ । ପରେ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts