Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପ୍ରାକ୍ଟିକାଲ୍ ପରୀକ୍ଷା ବାହାନାରେ ଶିକ୍ଷକ ଦେଲେ ନିର୍ଯାତନା, କଲେ ଅସଦାଚରଣ, ସ୍କୁଲରେ ସାରାରାତି ରହିଲେ ଦଶମ ଶ୍ରେଣୀର ୧୭ ଛାତ୍ରୀ

7/12/2021 at 11:30 AM

ମୁଜାଫରନଗର ୦୭/୧୨: ଉତ୍ତରପ୍ରଦେଶ ମୁଜାଫରନଗରର ଅଞ୍ଚଳରେ ଅଭାବନୀୟ ଘଟଣା । ଏଠାରେ ଦଶମ ଶ୍ରେଣୀର ୧୭ ଛାତ୍ରୀଙ୍କୁ ସ୍କୁଲକୁ ଡକାଯାଇ ସିବିଏସ୍ଇ ପ୍ରାକ୍ଟିକାଲ୍ ପରୀକ୍ଷାର ବାହାନା କରି ରାତ୍ରିଯାପନ କରିବାକୁ କୁହାଯାଇଥିଲା । କେବଳ ସେତିକି ନୁହେଁ ଖାଦ୍ୟରେ ନିଶା ମିଶାଇ ଦିଆଯିବା ସହ ନିର୍ଯାତାନ ବି ଦିଆଯାଇଛି । ତେବେ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ବୋଲି ଛାତ୍ରୀମାନେ ଘଟଣାର ପରଦିନ ପରିବାର ଲୋକଙ୍କୁ ଜଣାଇଥିଲେ । ନଭେମ୍ବର ୧୭ରେ ଏହି ଘଟଣା ଘଟିଛି ।

ତେବେ ଛାତ୍ରୀମାନେ ବହୁତ ଗରିବ ପରିବାରର ହୋଇଥିବାରୁ ସେମାନଙ୍କୁ ଧମକ ଚମକ ଦିଆଯାଇଥିଲା । ଯଦି ଏହି ଘଟଣା ସମ୍ପର୍କରେ ବାହାରେ ମୁହଁ ଖୋଲନ୍ତି, ତେବେ ସେମାନଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ତେବେ ଦୁଇ ପୀଡିତାଙ୍କ ପିତାମାତା ପୁରକାଜୀ ବିଧାୟକ ପ୍ରମୋଦ ଉତୱାଲଙ୍କ ନିକଟରେ ଏକଥା ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା ।

ପରେ ବିଧାୟକ ତଦନ୍ତ କରିବା ପାଇଁ ବରିଷ୍ଠ ପୋଲିସ ଅଧୀକ୍ଷକ ଅଭିଷେକ ଯାଦବଙ୍କ ସହ ଯୋଗାଯୋଗ କରିଥିଲେ । ଏହା ପୂର୍ବରୁ ଅଭିଭାବକ ଥାନାରେ ଅଭିଯୋଗ କରିଥିଲେ ବି ଥାନା ଅଧିକାରୀ ଏଫଆଇଆର ରୁଜୁ କରିନଥିଲେ ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ ହୋଇଛି।

ଏହାସହ ବିଦ୍ୟାଳୟର ମାଲିକ ଏବଂ ବିଦ୍ୟାଳୟକୁ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଡାକିଥିବା ଶିକ୍ଷକଙ୍କୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ପୁରକାଜୀ ଷ୍ଟେସନର ଥାନା ଅଧିକାରୀ ବିନୋଦ କୁମାର ସିଂଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ।

   Related Posts