Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ଖାରଜ କଲେ ହାଇକୋର୍ଟ, କହିଲେ- ‘ଛୋଟ ପିଲାଙ୍କୁ ଦୂରକୁ ପଠାଇବା ବେଆଇନ’

4/05/2021 at 12:57 PM

ଭୁବନେଶ୍ୱର,୦୪/୦୫ : ଖାରଜ ହେଲା ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି । ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ମିଶ୍ରଣ ନେଇ ଜାରି କରିଥିବା ବିଜ୍ଞପ୍ତିକୁ ଖାରଜ କରିଦେଇଛନ୍ତି । ଏହାସହ ଛୋଟ ପିଲାଙ୍କୁ ଦୂର ସ୍କୁଲ ପଠାଇବା ବେଆଇନ ବୋଲି କୋର୍ଟ କହିଛନ୍ତି ।

ସୂଚନାନୁସାରେ, ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିରୋଧ ପ୍ରକାଶ ପାଇଥିଲା । ଏହାପରେ ସ୍କୁଲ ମିଶ୍ରଣ ନିୟମକୁ ସରକାର କିଛିଟା ପରିବର୍ତ୍ତନ କରିଥିଲେ। କେବିକେ ଅଞ୍ଚଳରେ ଗୋଟିଏ ସ୍କୁଲରେ ୧୫ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ମିଶ୍ରଣ ହେବ।  ସିଡ୍ୟୁଲ ଅଞ୍ଚଳରେ ଏହି ନିୟମ ପରିବର୍ତ୍ତନ ହେବ ନାହିଁ। ସେହିପରି ନନ୍‌ ସିଡ୍ୟୁଲ ଅଞ୍ଚଳରେ ସ୍କୁଲରେ ୨୦ରୁ କମ ପିଲା ଥିଲେ, ସ୍କୁଲ ମିଶ୍ରଣ କରାଯିବ ବୋଲି ସରକାର କହିଥିଲେ। ଏ ନେଇ ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଚୀକରଣ ଦେଇଥିଲେ । ତେବେ ବିଜ୍ଞପ୍ତି ନେଇ ମାମଲା କୋର୍ଟରେ ପହଁଚିଥିଲା । କୋର୍ଟ ଏହା ଉପରେ ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି ।

ହାଇକୋର୍ଟ ଏହି ବିଜ୍ଞପ୍ତିକୁ ଖାରଜ କରି କହିଛନ୍ତି ଯେ, ଛୋଟ ପିଲାଙ୍କୁ ଦୂର ସ୍କୁଲକୁ ପଠାଇବା ନିଷ୍ପତ୍ତି ବେଆଇନ ଅଟେ । ଦିଲ୍ଲୀକୁ ରାଜ୍ୟ ସରକାର ମଡେଲ ଭାବେ ଗ୍ରହଣ କରନ୍ତୁ । ଏହାସହ ଭିତ୍ତିଭୂମି ସଜାଡିବା ହେଉଛି ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି ।  

   Related Posts