ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ, ୟୁନିଟ-୮ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଫିସରେ ପହଞ୍ଚିଲେ ଅଚାନକ

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର ୨୭|୬ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ  ସରପ୍ରାଇଜ୍ ଭିଜିଟ୍ । ଅଚାନକ ୟୁନିଟ-୮ ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ  ଅଫିସରେ ପହଞ୍ଚିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ  ।  ଅଫିସରେ ପହଞ୍ଚି ଉପସ୍ଥାନ ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି ମନ୍ତ୍ରୀ ।

ଯାଞ୍ଚ କରିବା ପରେ ମନ୍ତ୍ରୀ କହିଛନ୍ତି ଯେ, ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅଚାନକ ଚଢାଉ କରାଯିବ । କୌଣସି ସ୍ଥାନରେ କର୍ମଚାରୀ ଅଫିସରେ ଅନୁପସ୍ଥିତ ଥିଲେ କିମ୍ବା ବିଳମ୍ବରେ ଆସିଲେ ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗଞ୍ଜାମ ଜିଲ୍ଲା ପ୍ରଶାସନର ସ୍କୁଲ କ୍ୟାମ୍ପସରେ ମୋବାଇଲ ମନା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମନ୍ତ୍ରୀ ।  ଏହା ଏକ ଉଚିତ୍ ପଦକ୍ଷେପ ବୋଲି ମନ୍ତ୍ରୀ କହିବା ସହ ଗଞ୍ଜାମ ଜିଲ୍ଲା ଧନ୍ୟବାଦର ପାତ୍ର ବୋଲି ସେ କହିଛନ୍ତି । ଏଭଳି ନିୟମ ଲାଗୁ କରିବାକୁ  ବିଚାର ବିମର୍ଶ କରାଯିବ । ଆବଶ୍ୟକ ପଡିଲେ ସାରା ରାଜ୍ୟରେ ଏହାକୁ ଲାଗୁ କରାଯିବ ।  ଆସନ୍ତାକାଲି ସାରା ରାଜ୍ୟରେ ସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ ହେବ । ବୈଠକରେ ସ୍କୁଲର ବିକାଶ, ଉନ୍ନତି ନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.