ମନ୍ଦିର ପରିସରରେ ଚାଲିଛି ସ୍କୁଲ୍
14/08/2018 at 10:07 AM

ସ୍କୁଲ ଚାଲିଛି ମନ୍ଦିର ପରିସରରେ। ସର୍ବଶିକ୍ଷା ଅଭିଯାନରେ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କେଉଁଠାରେ ଏହି ଅର୍ଥ କାର୍ଯ୍ୟରେ ଲାଗୁଥିବାବେଳେ ଆଉ କେଉଁଠାରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଅର୍ଥ ଲାଗିପାରୁ ନାହିଁ। ଏଭଳି ଏକ ସ୍କୁଲ ଦେଖବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅଧୀନରେ ଥିବା ତରିତୋ ପଂଚାୟତର ଦାସ ସାହି ମୁର୍କୁଣ୍ଡି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। ସ୍କୁଲଟି କଟକ ଜିଲ୍ଲା ସାଲେପୁର ବ୍ଲକ ଅଧୀନରେ ଥିବାବେଳେ ଏହି ସ୍କୁଲର ଶିକ୍ଷା ବ୍ୟବସ୍ଥା ଜଗତସିଂହପୁର ଶିକ୍ଷା ଜିଲ୍ଲା ଅଧୀନରେ। ଦୁଇଟି ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥାରେ ତାଳମେଳ ନଥିବାରୁ ସ୍କୁଲର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି।
ଏହି ସ୍କୁଲ ପିଲା ସଂଖ୍ୟା ୨୪ ହୋଇଥିବାବେଳେ ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଦୁଇଟି ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଏହି ସ୍କୁଲଟି ସାଲେପୁର ତରିତୋ ଗାଁରେ ଥିବା ବାଣେଶ୍ବରାୟ ଶିବ ମନ୍ଦିର ପରିସରରେ ଚାଲୁଅଛି। ଯେଉଁଠାରେ ପୂଜା ସେଇଟି ପାଠପଢ଼ା ଚାଲିଛି। ମନ୍ଦିରର ଘଣ୍ଟ ଧ୍ବନିରେ ଚାଲିଛି ପାଠପଡା। ଖାଲି ସେତିକି ନୁହେଁ ପିଲାମାନେ ମନ୍ଦିର ପରିସରରେ ଚଟାଣରେ ବସି ପାଠପଡୁଥିବା ବେଳେ ବ୍ଲାକବୋର୍ଡଟି ମଧ୍ୟ ତଳେ ଥୁଆହୋଇଅଛି। ଖୋଲା ଆକାଶ ତଳେ ବସି ପିଲାମାନେ ଖାଉଛନ୍ତି ମଧ୍ୟାହ୍ନ ଭୋଜନ। ଆଉ କାଗଜପତ୍ର ପାଇଁ ସ୍କୁଲର ଆଲମିରା ନାହିଁ ବୁହା ହେଉଛି ବ୍ୟାଗ୍। ବର୍ଷା ହେଲେ ଚାରି ପାର୍ଶ୍ବରୁ ପାଣି ପଡୁଥିବାରୁ ଅଭିଯୋଗ ଆଣିଛନ୍ତି ସ୍କୁଲର ଛାତ୍ରଛାତ୍ରୀ।