Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଦିଲ୍ଲୀରେ ଖୋଲିବ ସ୍କୁଲ, ଜାନୁଆରୀ ୧୮ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ ପଢ଼ା ଆରମ୍ଭ କରିବାକୁ ସରକାରଙ୍କ ନିର୍ଦ୍ଦେଶ

13/01/2021 at 4:06 PM

ନୂଆଦିଲ୍ଲୀ, ୧୩/୦୧: ଦିଲ୍ଲୀରେ ସ୍କୁଲ ଖୋଲିବା ପାଇଁ କେଜରିୱାଲ୍ ସରକାର ନିଷ୍ପତ୍ତି ନେଇଛନ୍ତି। ବୋର୍ଡ ପରୀକ୍ଷାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଚଳିତ ମାସ ୧୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପିଲା ସ୍କୁଲକୁ ଆସି ପାଠ ପଢ଼ିବା ପାଇଁ ସରକାର କହିଛନ୍ତି । ପୂର୍ବରୁ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନିଷ ସିସୋଡ଼ିଆ ଏନେଇ କହିଥିଲେ ଯେ, ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ସରକାର ସ୍କୁଲ ଖୋଲିବା ଉପରେ ବିଚାର କରୁଛନ୍ତି ।

ଏହାଛଡ଼ା ଶିକ୍ଷାମନ୍ତ୍ରୀ ସିସୋଡ଼ିଆ ଟ୍ୱିଟ୍ କରି କହିଛନ୍ତି ଯେ, ଦିଲ୍ଲୀରେ ସିବିଏସ୍ଇ ବୋର୍ଡ ପରୀକ୍ଷାର ପ୍ରାକ୍ଟିକାଲକୁ ମଧ୍ୟ ନଜରରେ ରଖି ୧୮ ଜାନୁଆରୀରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପ୍ରାକ୍ଟିକାଲ, ପ୍ରୋଜେକ୍ଟ, କାଉନସେଲିଂ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଉଛି । ଅଭିଭାବକଙ୍କ ସହମତିରେ ପିଲା ସ୍କୁଲକୁ ଆସିବେ । ଏଥିପାଇଁ ପିଲାଙ୍କୁ ବାଧ୍ୟ କରାଯିବ ନାହିଁ ।

ସୂଚନା ଥାଉକି, ଦିଲ୍ଲୀରେ ସରକାର କରୋନା ମହାମାରୀକୁ ଦୃଷ୍ଟିରେ ରଖି ୧୬ ମାର୍ଚ୍ଚ, ୨୦୨୦କୁ ସମସ୍ତ ସ୍କୁଲ ବନ୍ଦ କରିଯିବା ନେଇ ନିଷ୍ପତ୍ତି ନେଇଥିଲେ । ରାଜଧାନୀର ସବୁ ସ୍କୁଲ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି । କିନ୍ତୁ ଅନ୍‌ଲାଇନରେ କ୍ଲାସ୍ କରାଯାଉଛି । ତେବେ କରୋନାର ପ୍ରକୋପ କମିବା ବା ଟିକାକରଣର ଆରମ୍ଭ ହୋଇସାରିଥିବାରୁ ଏହା ସହିତ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

   Related Posts