ରାଜ୍ୟରେ ୮ ତାରିଖରୁ ସ୍କୁଲ୍ ସହ ଖୋଲିବ ହଷ୍ଟେଲ୍, ଗାଇଡ଼ଲାଇନ୍ ମାନିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 03, 2021 IST

ଭୁବନେଶ୍ୱର ୦୩।୦୧ : ନ୍ୟୁଜ୍ ସେଭେନର ମହାପ୍ରଭାବ । ରାଜ୍ୟରେ ୮ ତାରିଖରୁ ଖୋଲିବ ସ୍କୁଲ୍, ଆଉ ତା ସହିତ ଖୋଲିବ ହଷ୍ଟେଲ୍। ସ୍କୁଲ ତ ଖୋଲିବ, ତେବେ ହଷ୍ଟେଲ୍ ଖୋଲିବା ନେଇ ରହିଥିଲା ଦ୍ବନ୍ଦ୍ବ । ଯଦି ହଷ୍ଟେଲ୍ ନ ଖୋଲେ ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ ବୋଲି ପ୍ରଶ୍ନ ଉଠିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଚିନ୍ତାରେ ରହିଥିଲେ । ଆଉ ଏହାକୁ ନେଇ ଖବର ପ୍ରସାରଣ କରିଥିଲା ନ୍ୟୁ୍ଜ୍ ସେଭେନ। ଏହା ପରେ ବିଭାଗର ଚେତା ପଶିଛି । ୮ ତାରିଖରୁ ସ୍କୁଲ ଖୋଲିବା ସହିତ ହଷ୍ଟେଲ୍ ମଧ୍ୟ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । କୋଭିଡ ଗାଇଡ ଲାଇନ ମାନି ସ୍କୁଲ ସହିତ ହଷ୍ଟେଲ୍ ଖୋଲିବ ବୋଲି ସେ କହିଛନ୍ତି । ଏହା ଦ୍ବାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ ୮ ତାରିଖରୁ ଖୋଲିବ ସ୍କୁଲ। ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ପାଠ ପଢ଼ା ଚାଲିବ। ୧୦୦ ଦିନ ପର୍ଯ୍ୟନ୍ତ ପାଠ ପଢ଼ା ହେବ। ଏପରି କି ରବିବାର-ଶନିବାର ମଧ୍ୟ ସ୍କୁଲରେ ପାଠ ପଢ଼ା ହେବ। ୧୦୦ ଦିନ କ୍ଲାସ୍‌ ହେବା ପରେ ମେ’୩ରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ମେ’ ୧୫ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ। ଠିକ୍‌ ସେହିଦିନ ଅର୍ଥାତ ମେ’ ୧୫ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.