ସ୍କୁଲ ଭିତରେ ଶିକ୍ଷକଙ୍କ ଲୁଙ୍ଗି ଗାମୁଛା ଅବତାର : ସରକାରୀ ସ୍କୁଲରେ ପ୍ରଧାନଶିକ୍ଷକ କରୁଛନ୍ତି ଟ୍ୟୁସନ

Published By : Prameya-News7 Bureau | November 03, 2019 IST

ପଟ୍ଟାମୁଣ୍ଡାଇ ୩।୧୧: ସରକାରୀ ସ୍କୁଲ ଭିତରେ ଚାଲିଛି ଟିଉସନ୍ । ପୁଣି ସ୍କୁଲ ଭିତରେ ଟିଉସନ କରୁଛନ୍ତି ନିଜେ ପ୍ରଧାନ ଶିକ୍ଷକ । କେବଳ ସେତିକି ନୁହେଁ ସ୍କୁଲ ଭିତରେ ଶିକ୍ଷକଙ୍କ ବେଶ ପୋଷାକ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ସବୁଠୁ ବଡ କଥା, ଏବାବଦରେ ପ୍ରଧାନ ଶିକ୍ଷକ ଦେଉଛନ୍ତି ଆହୁରି ବେପରୁଆ ବୟାନ । କେନ୍ଦ୍ରାପଡା ରାଜକନିକା ଗହମପାଳ ପ୍ରକଳ୍ପ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ।

ସବୁ ଆଇନ କାନୁନକୁ ମୋଡି ମକଚି ଦେଇଛନ୍ତି ନିଜେ ପ୍ରଧାନ ଶିକ୍ଷକ । ସମୟ ସକାଳ ସାଢେ ୧୦ଟା । ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ସୁକାନ୍ତ ସେଠୀ ଅଛନ୍ତି ଲୁଙ୍ଗି ଗାମୁଛାରେ । ଦୁର୍ଗମ ଇଲାକା ହୋଇଥିବାରୁ ଉପରିସ୍ଥ ଅଧିକାରୀଙ୍କ ପାଦ ପଡେ ନାହିଁ । ମୋଟା ଅଙ୍କର ଦରମା ନେଇ ବି ସ୍କୁଲ ଭିତରେ ପିଲାଙ୍କୁ ଟିଉସନ କରୁଛନ୍ତି । ସରକାରୀ ବେତନ ଭୋଗୀ କର୍ମଚାରୀ ଘରୋଇ ଟିଉସନ କରିପାରିବେ ନାହିଁ ବୋଲି ଥିବା ନିୟମ ଯେମିତି ଏହି ଶିକ୍ଷକଙ୍କ ପାଇଁ ଅଲୋଡା ।

ଏସବୁ ପରେ ପ୍ରଧାନ ଶିକ୍ଷକ ସୁକାନ୍ତ ସେଠୀ ଯାହା କହୁଛନ୍ତି ତାହା ସବୁଠୁ ଆଶ୍ଚର୍ଯ୍ୟଜନକ । ଶିକ୍ଷକଜଣକ କହିଛନ୍ତି, ‘ମୁଁ ଟିଉସନ କରିବା କଥା ବିଇଓଙ୍କଠାରୁ, ସରପଞ୍ଚ ସମସ୍ତେ ଜାଣିଛନ୍ତି । ଆପଣଙ୍କର ଯାହା କରିବା କଥା କରନ୍ତୁ । ସବୁ ଜାଗାରେ ଏମିତି ହେଉଛି, କିଛି ନୂଆ କଥା ନୁହେଁ । ବେଫିକର ଶିକ୍ଷକଙ୍କ ବେପରୁଆ ବୟାନ ହିଁ ସବୁଠୁ ଚକିତ କରିବା ଭଳି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.