Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାମାନ୍ୟ କଥାରୁ ୩୦୦ ଥର ଉଠ୍ ବସ୍ କରାଇଲେ ଶିକ୍ଷକ: ସାରା ଜୀବନ ପାଇଁ ପଙ୍ଗୁ ହୋଇଗଲେ ଛାତ୍ରୀ

8/10/2021 at 8:01 PM

ନୂଆଦିଲ୍ଲୀ ୦୮/୧୦ : ସ୍କୁଲରେ କମ ହେଉ ବା ଅଧିକ ସବୁ ପିଲା ଦୁଷ୍ଟାମୀ କରନ୍ତି। ଶ୍ରେଣୀ ଗୃହରେ ଟିଫିନ କାଢି ଖାଇବା ବେଳେ ଅଧିକାଂଶ ପିଲା ଧରାପଡନ୍ତି। ପିଲା ଏମିତି କିଛି ସ୍ନାକ୍ସ ବି ଲୁଚାଇ ରଖିଥାନ୍ତି ଯାହା ସ୍କୁଲକୁ ଆଣିବାକୁ ଅନୁମତି ନଥାଏ। ଚୀନରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ଛାତ୍ରୀ ସ୍କୁଲ ଡର୍ମିଟରିରେ କିଛି ସ୍ନାକ୍ସ ରଖିଥିଲେ। ଏହାକୁ ଦେଖି ଶିକ୍ଷକ ତାଙ୍କୁ ଉଠ ବସ କରାଇଥିଲେ।

ଛାତ୍ରୀଙ୍କ ବୟସ ୧୪ ବର୍ଷ ଓ ସେ ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ ପ୍ରାନ୍ତର ଏକ ହାଇସ୍କୁଲରେ ପଢ଼ନ୍ତି। ଛାତ୍ରୀଙ୍କ ମା’ ଏକ ସ୍ଥାନୀୟ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ ଘଟଣା ଜୁନ ୧୦ ତାରିଖ ରାତି ୧୦ଟା ରେ ଘଟିଥିଲା। ତାଙ୍କ ଝିଅର ବେଡ଼ରୁ ସ୍କୁଲ ଶିକ୍ଷକଙ୍କୁ କିଛି ସ୍ନାକ୍ସ ମିଳିଥିଲା। ଶିକ୍ଷକ ପଚାରିବାରୁ ଛାତ୍ରୀ ଜଣକ ମନା କରିଥିଲେ ଯେ ସ୍ନାକ୍ସ ତାଙ୍କର ନୁହେଁ। ତଥାପି ଶିକ୍ଷକ ତାଙ୍କ କଥା ନ ଶୁଣି ୩୦୦ ଥର ଉଠ ବସ ହେବାକୁ ଦଣ୍ଡ ଦେଇଥିଲେ।

ଛାତ୍ରୀଙ୍କୁ ୩୦ ଥର ଉଠ ବସ ହେବାକୁ କହି ଆଉ ଜଣେ ଶିକ୍ଷକଙ୍କୁ ସେଠାରେ ଜଗିବାକୁ କହି ସେଠାରୁ ଚାଲି ଯାଇଥିଲେ। ୨୦୨୦ ଏପ୍ରିଲରେ ଛାତ୍ରୀଙ୍କ ଗୋଡରେ ଆଘାତ ହୋଇଥିଲା। ସେ ସମ୍ପର୍କ ଶିକ୍ଷକ ଜାଣିଥିଲେ। ତଥାପି କେହି ତାଙ୍କ ଦଣ୍ଡକୁ ଅଟକାଇ ନଥିଲେ। ୧୫୦ ଥର ଉଠ ବସ ହେବାପରେ ଛାତ୍ରୀଙ୍କ ଅବସ୍ଥା ବିଗିଡ଼ିଗଲା। ତାଙ୍କ ବାପା-ମା’ ତାଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଲେ। ଡାକ୍ତର କହିଥିଲେ ଯେ ଛାତ୍ରୀ ସାରା ଜୀବନ ପାଇଁ ଶାରୀରିକ ଅକ୍ଷମ ହୋଇଯାଇଛନ୍ତି। ତାଙ୍କୁ କ୍ରଚେଜ ସାହାରାରେ ଚାଲିବାକୁ ପଡିବ। ସେଦିନ ପରଠୁ ଛାତ୍ରୀଙ୍କୁ ମାନସିକ ଆଘାତ ହୋଇଥିଲା ଓ ତାଙ୍କୁ ବର୍ତ୍ତମାନ ଡିପ୍ରେସନ ଔଷଧ ଖାଇବାକୁ ପଡୁଛି।

ଛାତ୍ରୀଙ୍କ ଅବସ୍ଥା ସମ୍ପର୍କରେ ସ୍କୁଲ ଜାଣିବା ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଶିକ୍ଷକଙ୍କୁ ଓ ଷ୍ଟାଫଙ୍କୁ ତତ୍କାଳ ନିଲମ୍ବିତ କରି ମାମଲାର ତଦନ୍ତ ଆଦେଶ ଦେଇଥିଲେ। ସ୍ଥାନୀୟ ଖବର ଅନୁସାରେ ସ୍କୁଲ ତରଫରୁ ଛାତ୍ରୀଙ୍କ ବାପା-ମା’ଙ୍କୁ ୧୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୁହାଯାଇଥିଲା କିନ୍ତୁ ଛାତ୍ରୀଙ୍କ ବାପା-ମା’ ଟଙ୍କା ନେବାକୁ ମନା କରିଦେଲେ।

   Related Posts