Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସ୍କୁଲ୍‌ ଯିବାବେଳେ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ, ମାଆକୁ କଲେ ଭିଡିଓ କଲ୍‌, ଝିଅ ବେକରେ ଭୁଜାଲି ରଖି ଦେଲେ ହତ୍ୟା ଧମକ

28/10/2021 at 10:36 PM

ସୁନ୍ଦରଗଡ଼, , ୨୮/୧୦: ସ୍କୁଲ ଯାଉଥିବା ବେଳେ ନାବାଳିକାକୁ ଅପହରଣ । ବୋଲେରୋ ଗାଡିରେ କିଡନାପ। ବୁଧବାର ସୁନ୍ଦରଗଡ଼ ହେମଗିରି ଥାନା କନିକା ସାପ୍ତାହିକ ବଜାର ନିକଟରେ ସକାଳ ୯ଟା ୧୫ ମିନିଟ୍‌ରେ ଏପରି ଘଟଣା ଘଟିଛି । ଆଜି ମାଆକୁ ଭିଡିଓ କଲ କରି ଝିଅକୁ ଗଛରେ ବାନ୍ଧି ବେକରେ ଭୁଜାଲି ଲଗେଇ ମାରିଦେବାର ଧମକ ମଧ୍ୟ ଦେଇଛନ୍ତି ଅପହରଣକାରୀ ।

ଏନେଇ ପୋଲିସ୍‌ ଥାନାରେ ଏଫଆଇଆରର ୨୪ ଘଣ୍ଟା ପରେ ମଧ୍ୟ ଝିଅର ପତ୍ତା ମିଳୁନାହିଁ । ଅପହରଣରେ ବ୍ୟବହୃତ ବୋଲେରୋ ଡ୍ରାଇଭର ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଝାରସୁଗୁଡାରୁ ପୋଲିସ ଗିରଫ କରିଥିବା ସୂଚନା ମଳିଛି । ଜିଲ୍ଲା ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ ଝିଅକୁ ଖୋଜିବା ପାଇଁ ନିୟୋଜିତ ହୋଇଥିବା ନେଇ ସୁନ୍ଦରଗଡ଼ ଏସପି କହିଛନ୍ତି । ନାବାଳିକାର ପରିବାର ତରଫରୁ ହେମଗିରି ଥାନାରେ ଦିଆଯାଇଥିବା ଅଭିଯୋଗରେ ସେହି କନିକା ଅଂଚଳର ଏମଡି ବାଲିଷ୍ଟର ନାମକ ଜଣେ ଯୁବକ ଅପହରଣ କରିଥିବା ନେଇ ଉଲ୍ଲେଖ ରହିଛି ।

   Related Posts