କୋହଳ ହେବ ସ୍କୁଲ ଫି: ହାଇକୋର୍ଟଙ୍କ ନିର୍ଦେଶ ପରେ ସରକାରଙ୍କ ନିଷ୍ପତ୍ତି, ଏତିକି ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଦେଉଥିଲେ ମିଳିବ ନାହିଁ ରିହାତି

Published By : Prameya-News7 Bureau | January 20, 2021 IST

ଭୁବନେଶ୍ୱର ୨୦/୦୧ : ଶେଷରେ ବାଟ ଫିଟିଲା । କୋହଳ ହେବ ସ୍କୁଲ ଫି। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ଏଥି ସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି ।

କୋହଳ ହେବ ସ୍କୁଲ ଫି। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଏଥି ସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ସମସ୍ତ ଘରୋଇ ସ୍କୁଲ ମାନିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଏବଂ ଓଡ଼ିଶା; ଅଭିଭାବକ ସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମା ବା ଏମଓୟୁକୁ କାର୍ଯ୍ୟକାରୀ କରାଯିବ । ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ଟିଉସନ୍‌ ଫି ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ହେଉଥିଲେ ୭.୫ ପ୍ରତିଶତ ଫି ଛାଡହେବ । ସେହିଭଳି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ ପ୍ରତିଶତ, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ । ୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ୨୬ ପ୍ରତିଶତ ଛାଡ ହେବ ।  ରିପୋର୍ଟ ଆଧାରରେ ନିଆଯାଇଥିବା ଏହି ନିଷ୍ପତ୍ତି ବିରୋଧରେ ଯଦି କାହାର ଆପତ୍ତି ଥାଏ ତାହେଲେ ସଂପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଉପଯୁକ୍ତ ଫୋରମରେ ଆବେଦନ କରିବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ତେବେ ଜାତୀୟ ମ୍ୟାନେଜମେଣ୍ଟ ଦ୍ବାରା ପରଚାଳିତ କିଛି ଘରୋଇ ସ୍କୁଲ କେନ୍ଦ୍ରୀୟ  ନିଷ୍ପତି ଅନୁସାରେ  ଫି ହ୍ରାସ ନେଇ ନିଷ୍ପତି ନେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.