ସ୍କୁଲ ଫି' ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଫି' ନକମାଇବାକୁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଯୁକ୍ତି

Published By : Prameya-News7 Bureau | October 19, 2020 IST

ଭୁବନେଶ୍ୱର ୧୯/୧୦ : ସ୍କୁଲ ଫି' ଛାଡ଼ ସଂପର୍କିତ ମାମଲାର ଶୁଣାଣି କରି ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ସ୍କୁଲ ଫି' ବୃଦ୍ଧି ମାମଲାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ ମତ ରଖିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି। ସପ୍ତାହେ ଭିତରେ ଏନେଇ ରିପୋର୍ଟ ଦେବାକୁ ଆଜି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ମାମଲାର ଶୁଣାଣି ବେଳେ ଅନ୍ୟ କେତେକ ଘରୋଇ ସ୍କୁଲ ପକ୍ଷରୁ ଇଣ୍ଟରଭେନିଂ ପିଟିସନ ଉପରେ ଶୁଣାଣି ପାଇଁ ଯୁକ୍ତି ରଖାଯାଇଥିଲା। ଯାହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ।

{"id":347337,"sizeSlug":"large"}

ସ୍କୁଲ ଫି' ଛାଡ଼ ସଂପର୍କିତ ମାମଲାରେ ସରକାରଙ୍କୁ  ଜବାବ ମାଗିଲେ ହାଇକୋର୍ଟ। ଘରୋଇ ସ୍କୁଲ ଫି' ବୃଦ୍ଧି ମାମଲାରେ ରାଜ୍ୟ ସରକାରଙ୍କ ମତ କଣ । ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ ମତ ରଖିବା ଆବଶ୍ୟକ। ତେଣୁ ସପ୍ତାହେ ଭିତରେ ଏନେଇ ରିପୋର୍ଟ ଦେବାକୁ ଆଜି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

{"id":347340,"sizeSlug":"large"}

ଏଥିସହ କିଛି ଘରୋଇ ସ୍କୁଲ ପକ୍ଷରୁ ଆଗତ ଇଣ୍ଟଭେନ୍ସନ୍‌ ପିଟିସନକୁ ଅଗ୍ରାହ୍ୟ କରିବା ସହ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ୭ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।  କରୋନା ସମୟରେ ଘରୋଇ ସ୍କୁଲ ଫି' ଛାଡ଼ କରିବା ନିମନ୍ତେ ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା।

{"id":347338,"sizeSlug":"large"}

ସ୍କୁଲ୍‌ ଫି' ନକମାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି ସ୍କୁଲ୍‌ କର୍ତ୍ତୃପକ୍ଷ। ଆଦାୟ ହେଉଥିବା ସ୍କୁଲ୍ ଫି'ର ୯୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀଙ୍କୁ ଦରମା ବାବଦରେ ଯାଉଛି।  ବାକି ୧୦ ପ୍ରତିଶତ ଅର୍ଥରେ ସ୍କୁଲର ଆନୁସଙ୍ଗିକ ଖର୍ଚ୍ଚ ତୁଲାଯାଉଛି।  ତେଣୁ ଫି' କମିଲେ ସ୍କୁଲ୍‌ ପରିଚାଳନାରେ ଏହା ସଙ୍କଟ ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି। ସେପଟେ ଆପୋଷ ସହମତିରେ କୌଣସି ସମାଧାନର ସୁତ୍ର ନ ବାହାରିଲେ କୋର୍ଟ ନିଷ୍ପତ୍ତି ନେବେ ବୋଲି ସୂଚାଇ ଦିଆଯାଇଛି।

{"id":347339,"sizeSlug":"large"}

ସ୍କୁଲ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ବିଭିନ୍ନ ସ୍ଲାବରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି' କମାଇବା ନେଇ ସୁପାରିଶ କରାଯାଇଥିଲା। ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁସନ୍ ଫି' ନେଉଥିବା ସ୍କୁଲର କୌଣସି ଫି ଛାଡ କରାଯିବନି। ରେସିଡେନ୍ସିଆଲ ସ୍କୁଲଗୁଡିକର ଫି' ୩୦ ପ୍ରତିଶତ ହ୍ରାସ ପାଇଁ କମିଟି ସୁପାରିଶ କରିଥିଲେ। ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.