ଘରୋଇ ସ୍କୁଲ ଫି' ୧୫ % କମିଲା, ଅଭିଭାବକଙ୍କୁ ବଡ ଆଶ୍ୱସ୍ତି ଦେଲେ ସରକାର

Published By : Prameya-News7 Bureau | July 02, 2021 IST

ନୂଆଦିଲ୍ଲୀ, ୦୨|୦୭: ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସରକାର ଘରୋଇ ସ୍କୁଲ ଫି'କୁ ନେଇ ଚଳାଇଥିବା ମନମାନି ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ ନିଜର ଫି'ର ୧୫ ପ୍ରତିଶତ ହ୍ରାସ କରିବେ ବୋଲି  କେଜ୍ରିଓ୍ୱାଲ କହିଛନ୍ତି । ଏହି ଆଦେଶ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । ନିର୍ଦ୍ଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ସ୍କୁଲ ଅଭିଭାବକଙ୍କଠୁ ଅଧିକ ଟଙ୍କା ନିଏ ତେବେ ସ୍କୁଲକୁ ଟଙ୍କା ଫେରାଇବାକୁ ପଡିବ କିମ୍ବା ଆସନ୍ତା ବର୍ଷରେ ସାମିଲ କରାଯିବ ।

କରୋନା ମହାମାରୀ ବେଳେ କେଜ୍ରିଓ୍ୱାଲଙ୍କ ଏହି ନିଷ୍ପତ୍ତି ଅଭିଭାବକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି । ଗୁରୁବାର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, କରୋନାରେ ଅଭିଭାବକମାନେ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଏହି ସମୟରେ ୧୫ ପ୍ରତିଶତ ଫି ହ୍ରାସ ସେମାନଙ୍କୁ କିଛିଟା ଆଶ୍ୱସ୍ତି ପ୍ରଦାନ କରିବ । ଏପରିକି ଫି' ନଦେଇଥିଲେ କୌଣସି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢା ବା ପରୀକ୍ଷା ଦେବାକୁ ମନା କରିପାରିବ ନାହିଁ । ଏହି ଆଦେଶ ସେହି ସମସ୍ତ ୪୬୦ ଘରୋଇ ସ୍କୁଲରେ ଲାଗୁ ହେବ ଯେଉଁମାନେ ହାଇକୋର୍ଟରେ ଅପିଲ କରିଥିଲେ ।

ଉଦାହରଣ ସ୍ୱରୂପ, ଯଦି ୨୦୨୦-୨୦୨୧ ଶିକ୍ଷା ବର୍ଷରେ ସ୍କୁଲର ମାସିକ ଫି ୩୦୦୦ ଟଙ୍କା ହୋଇଥାଏ ତେବେ ୧୫ ପ୍ରତିଶତ ହ୍ରାସ ପାଇବା ପରେ ଏହା ୨୫୫୦ ଟଙ୍କା ହୋଇଯିବ । ତେବେ ସ୍କୁଲଙ୍କୁ ସରକାରଙ୍କ ଆଦେଶକୁ ମାନିବାକୁ ହେବ ଯାହାକୁ ଦିଲ୍ଲୀ ସରକାର ୨୦୨୦ ଏପ୍ରିଲ ୧୮ ଓ ୨୮ ତାରିଖରେ ଜାରି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.