ଭୁବନେଶ୍ୱର ଏଜି ଛକ ନିକଟରେ ଥିବା ଇନ୍ଦିରା ଇଂରାଜୀ ମିଡିୟମ ସ୍କୁଲ ଉଚ୍ଛେଦ

Published By : Prameya-News7 Bureau | June 01, 2018 IST

ଭୁବନେଶ୍ୱର ଏଜି ଛକ ନିକଟରେ ଥିବା ଇନ୍ଦିରା ଇଂରାଜୀ ମିଡିୟମ ସ୍କୁଲ ଉଚ୍ଛେଦ । । ବିଡିଏ, ବିଏମ୍ସି, ସ୍ମାର୍ଟ ସିଟି ଲିମିଟେଡ୍, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚାଲିଛି ଉଚ୍ଛେଦ କାମ । ଉଚ୍ଛେଦ ସ୍ଥାନରେ ନିର୍ମାଣ ହେବ ଅରବାନ୍ ମ୍ୟୁଜିୟମ । ଦୀର୍ଘ ୩୦ ବର୍ଷ ଧରି ଏହି ଜମିକୁ ଜବରଦଖଲ କରିଥିଲେ ରଘୁ ରାୟ ନାମକ ବ୍ୟକ୍ତି । ପରେ ଏଠାରେ ସ୍କୁଲ ନିର୍ମାଣ କରାଯାଇଥିଲା । ତେବେ ଜମି ଚଞ୍ଚକତା ଜାଣିବା ପରେ ସ୍କୁଲ ଉଚ୍ଛେଦ ପାଇଁ ନୋଟିସ ଜାରି କରାଯାଇଥିଲା । ମେ ୩୧ ସୁଦ୍ଧା ଜାଗା ଖାଲି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ଥିଲା ।ସେପଟେ ଇନ୍ଦିରା ଇଂରାଜୀ ମିଡିୟମ ସ୍କୁଲ ପାର୍ଶ୍ବରେ ଥିବା ନେହେରୁ ଯୁବ ସଂଘର କୋଠାକୁ ଆଂଶିକଭଙ୍ଗା ଯାଇଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି । ବିନା ନୋଟିସରେ ଏପରି ଉଚ୍ଛେଦ କରାଯାଇ କୋଠା ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.