Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍କୁଲ୍ ଡ୍ରପଆଉଟ୍, ପୁଣି ୮୦୦୦ ଟଙ୍କାର ଚାକିରୀ, ଏବେ ଭାରତର ସବୁଠୁ ଯୁବ ଅରବପତି…

11/04/2021 at 7:55 PM

ନୂଆଦିଲ୍ଲୀ ୧୧।୦୪: ସ୍କୁଲ ବନ୍ଦ କରିବା, ସ୍କୁଲ ନ ଯାଇ ସାଙ୍ଗମାନଙ୍କ ସହ ଚେସ୍ ଖେଳିବା, ପୁଣି ଉପସ୍ଥାପନ କମ୍ ହେବା କାରଣରୁ ବୋର୍ଡ ପରୀକ୍ଷା ଦେଇନପାରିବା ଏବଂ ଏହି କାରଣରୁ ପୁଣି ସ୍କୁଲ ଡ୍ରପ୍ ଆଉଟ୍ ହେବା। ଏହି କାହାଣୀ ସଂପୂର୍ଣ୍ଣ ଫିଲ୍ମ ପରି ଲାଗୁଛି। ମାତ୍ର ଏହି ସତ କାହାଣୀ ଭାରତର ସବୁଠୁ ଯୁବ ଅରବପତି ନିଖିଲ କାମତଙ୍କର।

ନିଖିଲ କାମତଙ୍କ ବୟସ ବର୍ତ୍ତମାନ ୩୪ ବର୍ଷ। ଏହି ବୟସରେ ସେ ଦେଶର ସବୁଠୁ ଯୁବ ଅରବପତି ପାଲଟିଛନ୍ତି। ନିଖିଲ କାମତ ବ୍ରୋକରେଜ୍ ଫର୍ମ ଜେରୋଧାର ସହ ସଂସ୍ଥାପକ ଏବଂ ସିଆଇଓ। ଆଜି ଜେରୋଧା ଦେଶର ସବୁଠୁ ବଡ ବ୍ରୋକରେଜ୍ ଫର୍ମ କମ୍ପାନୀ। ନିଖିଲ କାମତ ୨୦୧୦ ମସିହାରେ ଏହାର ଆରମ୍ଭ କରିଥିଲେ।

ମାତ୍ର ୧୪ ବର୍ଷ ବୟସରେ ନିଖିଲଙ୍କ ମନରେ ବିଜନେସ୍‌ର ଆଇଡିଆ ଆସିଥିଲା। ସେ ନିଜ ସାଙ୍ଗଙ୍କ ସହ ମିଶି ପୁରୁଣା ଫୋନ କିଣାବିକା ଆରମ୍ଭ କରି ଦେଇଥିଲେ। ମା ଏହା ଜାଣିବା ପରେ ସମସ୍ତ ଫୋନକୁ ଟଏଲେଟ୍‌ରେ ଫ୍ଲସ୍ ମାରି ଦେଇଥିଲେ ଓ କାମତଙ୍କ ଏହି ବିଜନେସ୍ ବନ୍ଦ ହୋଇ ଯାଇଥିଲା।

ଗତ ଦିନରେ ଏକ ସାକ୍ଷାତକାରରେ ନିଖିଲ କାମତ କହିଛନ୍ତି ଯେ, ତାଙ୍କୁ ସ୍କୁଲର ପାରମ୍ପରିକ ପଢା ପ୍ରତି ମନ ଲାଗୁନଥିଲା। ପୁରୁଣା ଫୋନ୍ କିଣିବା-ବିକିବା କାମ ସେ ୧୪ ବର୍ଷରୁ ଆରମ୍ଭ କରିଥିଲେ ମଧ୍ୟ ଏହା ତାଙ୍କର ପ୍ରଥମ ବିଜନେସ୍ ଥିଲା ବୋଲି କାମତ କହିଛନ୍ତି। ତାଙ୍କର ଚେସ୍ ପ୍ରତି ଅହେତୁକ ମୋହ ଥିଲା।

ନିଖିଲ କାମତଙ୍କ ଜୀବନରେ ସେହି ସମୟରେ ଏକ ଗୁରୁତ୍ଵପୂର୍ଣ୍ଣ ମୋଡ୍ ନେଇଥିଲା ଯେବେ ତାଙ୍କୁ କମ ଉପସ୍ଥାପନ କାରଣରୁ ବୋର୍ଡ ପରୀକ୍ଷା ଦେବାକୁ ରୋକା ଯାଇଥିଲା। ଏହା ପରେ ସେ ସ୍କୁଲ ଛାଡି ଦେଇଥିଲେ। ପୁଅର ଏମିତି ଆବଭାବରେ ମା-ବାପା ଚିନ୍ତିତ ଥିଲେ। ସ୍କୁଲ ଡ୍ରପ୍‌ ଆଉଟ୍ ହେବା ପରେ କଣ କରିବେ ନିଖିଲ କିଛି ବୁଝି ପାରୁନଥିଲେ।

ସ୍କୁଲରୁ ଡ୍ରପ୍ ଆଉଟ୍ ହେବା ପରେ ନିଖିଲ ଏକ କଲ୍‌ସେଣ୍ଟରରେ ମାସିକ ୮୦୦୦ ଟଙ୍କାରେ ଚାକିରି କରିଥିଲେ। ଏହି ଚାକିରି ପାଇବା ପାଇଁ ନିଖିଲଙ୍କୁ ନକଲି ଜନ୍ମ ପ୍ରମାଣପତ୍ରର ସାହାରା ନେବାକୁ ପଡିଥିଲା। କାରଣ ସେହି ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା। ନିଖିଲ ନିଜର ଏହି ରୋଚକ କାହାଣୀ ହ୍ୟୁମାନ ଅଫ ବମ୍ବେ ସହ ଆଲୋଚନା ବେଳେ କହିଛନ୍ତି।

କଲ୍‌ ସେଣ୍ଟରରେ କାମ କରିବା ବେଳେ କାତମଙ୍କ ସେୟାର ବଜାର ପ୍ରତି ରୁଚି ବଢିବାରେ ଲାଗିଥିଲା। ସେ ୧୮ ବର୍ଷ ବୟସରେ ସେୟାର ବଜାରରେ ପାଦ ଦେଇଥିଲେ। ଆରମ୍ଭରେ ସେ କଲ୍ ସେଣ୍ଟରର ମ୍ୟାନେଜର ସମେତ କର୍ମଚାରୀଙ୍କ ଟଙ୍କା ସେୟାର ବଜାରରେ ଲଗାଇଥିଲେ। ଯେଉଁମାନେ ଭରସା ରଖି ନିଖିଲଙ୍କୁ ପଇସା ଦେଇଥିଲେ ସେମାନଙ୍କୁ ସେ ଭଲ ରିଟର୍ଣ୍ଣ ବି ଦେଇଥିଲେ।

ଏହା ପରେ ୨୦୧୦ରେ ନିଖିଲ କାମତ ନିଜର ବଡ ଭାଇ ନୀତିନ କାମତଙ୍କ ସହିତ ମିଶି ବ୍ରୋକରେଜ୍ ଫର୍ମ ଜେରୋଧା ଆରମ୍ଭ କରିଥିଲେ। ଏହା ପରଠୁ ସେ ଆଉ କେବେ ପଛକୁ ଫେରି ଚାହିଁନଥିଲେ। ୨୦୨୦ରେ ଫୋବର୍ସ ଏହି ଦୁଇ ଭାଇଙ୍କୁ ଭାରତର ୧୦୦ ସବୁଠୁ ଧନୀ ଲୋକଙ୍କ ତାଲିକାରେ ସାମିଲ କରିଛି।

ଜେରୋଧା ବ୍ୟତୀତ ନିଖିଲ ନିଜର ବଡ ଭାଇଙ୍କ ସହ ମିଶି ଏସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ True Beacon  ଆରମ୍ଭ କରିଥିଲେ। ନିଖିଲଙ୍କ ଅନୁଯାୟୀ, କରୋନା ସଙ୍କଟ କାରଣରୁ ୨୦୨୦ରେ ସେୟାର ବଜାର ପାଇଁ ଖରାପ ସମୟ ଥିଲା। ମାତ୍ର ଏହି ସମୟରେ ତାଙ୍କ ଫର୍ମ ପ୍ରାୟ ୨୦ ହଜାର ନୂତନ ଗ୍ରାହକ ଯୋଡିଥିଲେ। ଏବେ ଜେରୋଧାରେ ପ୍ରାୟ ୪୦ ଲକ୍ଷ ପଞ୍ଜୀକୃତ ଗ୍ରାହକ ଅଛନ୍ତି।

   Related Posts