ଚାକିରୀ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ କଲେ ସ୍କୁଲ ପରିଚାଳକ

Published By : Prameya-News7 Bureau | March 27, 2019 IST

ନୋଏଡ଼ା ୨୭/୩-ଜଣେ ଯୁବତୀଙ୍କୁ ଚାକିରୀ କରେଇଦେବାକୁ କହି ଦୁଷ୍କର୍ମ ଅଭିଯୋଗ । ଏହି ଦୁଷ୍କର୍ମ ମାମଲାରେ ନିଜେ ସ୍କୁଲ ପରିଚାଳକ ସଂପୃକ୍ତ ।

ଏଭଳି ଅଭାବନୀୟ ଘଟଣା ଘଟିଛି ନୋଏଡ଼ାରେ । ରୀତା ନାମକ ଜଣେ ଯୁବତୀ ଚାକିରି ଛାଡ଼ିଦେଇଥିଲେ । ସେ ଚାକିରି ସନ୍ଧାନରେ ଥିଵା ସମୟରେ ବେଦ ପ୍ରକାଶ ନାମକ ଜଣେ ଲୋକ ସହିତ ପରିଚୟ ହୋଇଥିଲା । ବେଦପ୍ରକାଶ ବୈଦିକ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ବିଦ୍ୟାଳୟର ପରିଚାଳକ ଥିଲେ । ସେ ତାଙ୍କୁ ନିଜ ସ୍କୁଲରେ ଚାକିରି କରେଇଦେବାକୁ ପ୍ରତିଶୃତି ଦେଇଥିଲେ ।

ଯୁବତୀ ମଧ୍ୟ ୨/୩ ଥର ବେଦପ୍ରକାଶଙ୍କୁ ଆସି ଦେଖା କରିଥିଲେ ।  ବେଦପ୍ରକାଶ ସେଦିନ ସଂଧ୍ୟାରେ ସ୍କୁଲ ଭିତରେ ଚାକିରି ଦେବା ନାଁରେ ଦୁଷ୍କର୍ମ କରିଥିବା କଥା କହିଛି ରୀତା ।

ଏହି ଘଟଣାରେ ରୀତା ପୋଲିସ ପାଖରେ ଆଣିଥିଲା ଅଭିଯୋଗ ।ଏହି ଅଭିଯୋଗକୁ ଆଧାର କରି ପୋଲିସ ବେଦପ୍ରକାଶକୁ କରିଛି ଗିରଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.