Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମୋବାଇଲ୍ ପାଇଁ ସ୍କୁଲ୍ ସଞ୍ଚାଳକଙ୍କ ଚାଲିଗଲା ଜୀବନ : ୩ ଅଭିଯୁକ୍ତ ଗିରଫ

30/10/2020 at 11:18 AM

ମଧୁବନି ୩୦/୧୦: ବିହାରର ମଧୁବନିରେ ସ୍କୁଲ୍ ସଞ୍ଚାଳକଙ୍କ ଏକ ମୋବାଇଲ୍ ପାଇଁ ଜୀବନ ଚାଲି ଯାଇଛି। ପୋଲିସ୍ ଏହି ହତ୍ୟାକାଣ୍ଡର ଖୁଲାସା କରି ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ସ୍କୁଲ୍ ସଞ୍ଚାଳକଙ୍କଠୁ ଲୁଟିଥିବା ମୋବାଇଲ୍,ସିମ୍ ଏବଂ ଛୁରୀ ମଧ୍ୟ ଜବତ କରାଯାଇଛି।

ମଧୁବନିର ଝଞ୍ଝାରପୁରରେ ଅକ୍ଟୋବର ୨୪ତାରିଖରେ ସ୍କୁଲ୍ ସଞ୍ଚାଳକ ରବୀନ୍ଦ୍ର ଚୌଧୁରୀଙ୍କ ହତ୍ୟା କରି ଦିଆଯାଇଥିଲା। ଏହି ହତ୍ୟାକାଣ୍ଡକୁ ନେଇ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସ୍ ମୃତ ବ୍ୟକ୍ତିଙ୍କଠୁ ଗାୟବ ହୋଇଥିବା ମୋବାଇଲକୁ ସର୍ଭିଲାନ୍ସରେ ଲଗାଇ ଦେଇଛି। ମୋବାଇଲ୍ ଏବଂ ସିମର ଉପଯୋଗ ହେବା ମାତ୍ରେ ପୋଲିସ୍ ଆଲର୍ଟ ହୋଇଯାଇଥିଲା। ମୋବାଇଲର ଲୋକେସନ ପରେ ପୋଲିସ୍ ଦୀପ ଗାଁ ବାସିନ୍ଦା ଗୌତମ ପାଣ୍ଡେ,ରାମନଗର ବାସିନ୍ଦା ରାହୁଲ କୁମାର ଏବଂ ଗୌରୀ ଶଙ୍କରକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କଠୁ ସ୍କୁଲ୍ ସଞ୍ଚାଳକଙ୍କ ମୋବାଇଲ୍,ସିମ୍ ଏବଂ ହତ୍ୟାରେ ବ୍ୟବହାର କରାଯାଇଥିବା ଛୁରୀ ମଧ୍ୟ ଜବତ କରାଯାଇଛି।

ଅକ୍ଟୋବର ୨୪ତାରିଖରେ ରବୀନ୍ଦ୍ର ଚୌଧୁରୀଙ୍କ ଛୁରୀ ଭୁଷି ହତ୍ୟା କରାଯାଇଛି। ରବୀନ୍ଦ୍ର ଚୌଧୁରୀ କାନପୁରରେ ରହୁଥିଲେ ଏବଂ ଏଠାରେ ଏକ ପ୍ରାଇଭେଟ୍ ସ୍କୁଲ୍ ଚଲାଉଥିଲେ। ଏହି ହତ୍ୟା ମାମଲାରେ ରବୀନ୍ଦ୍ରଙ୍କ ଭାଇ ଘଟଣାର ଆଗାମୀ ଦିନ ତଦନ୍ତରେ ଜୁଟି ଯାଇଥିଲେ। ସ୍କୁଲ୍ ସଞ୍ଚାଳକଠୁ ଲୁଟ୍ ହୋଇଥିବା ମୋବାଇଲ୍ ଜରିଆରେ ପୋଲିସ୍ ଲୁଟେରାଙ୍କୁ ଧରିଥିଲା।

ପୋଲିସ୍ ଜାଲରେ ଆସିଥିବା ଲୁଟେରାମାନେ ଘଟଣାକୁ ସ୍ବୀକାର କରି ପୂରା ଘଟଣାକ୍ରମ କହିଥିଲେ। ରବୀନ୍ଦ୍ର ଚୌଧୁରୀ ସମୀୟା ଢ଼ଲାନ ପାଖରେ ଗାଡ଼ି ରଖି ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ବାଇକରେ ଥିବା ଏହି ଲୁଟେରାମାନେ ରବୀନ୍ଦ୍ରଙ୍କ ମୋବାଇଲ୍ ଛଡ଼ାଇ ନେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ରବୀନ୍ଦ୍ର ଲୁଟେରାଙ୍କ ପିଛା କରିଥିଲେ। ମୋହନା ଜିରୋମାଇଲରୁ ମଥୁରା ଆଡ଼କୁ ଯାଉଥିବା ରାସ୍ତା ଆଗରେ ବନ୍ଦ ଥିଲା,ଯାହା ଫଳରେ ଲୁଟେରା ସେଠା​‌ରେ ଅଟକି ଯାଇଥିଲେ। ପଛରେ ରବୀନ୍ଦ୍ର ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ। ଏଠାରେ ଲୁଟେରା ଏବଂ ରବୀନ୍ଦ୍ରଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହି ସମୟରେ ଲୁଟେରା ରବୀନ୍ଦ୍ରଙ୍କୁ ଛୁରୀ ଭୁଷି ତାଙ୍କ ହତ୍ୟା କରି ଦେଇଥିଲେ ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

   Related Posts