ବିପଦସଂଙ୍କୁଳ ଅବସ୍ଥାରେ ସ୍କୁଲ

Published By : Prameya-News7 Bureau | April 24, 2018 IST

ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ସରକାର ବ୍ୟାପକ ଯୋଜନା କାର୍ଯୟକାରୀ କାର୍ଯ୍ୟକାରୀ କରୁଥିବାର କହୁଛନ୍ତି । ସର୍ବଶିକ୍ଷା ଅଭିଯାନ ଠାରୁ ଆରମ୍ଭ କରି ରାମସା ପର୍ଯ୍ୟନ୍ତ ବହୁ ଯୋଜନାରେ ଅର୍ଥ ବ୍ୟୟ ହେବାରେ ଲାଗିଛି । ହେଲେ ପ୍ରଶାସନିକ ଦାୟୀତ୍ବହୀନତା ଯୋଗୁ ଜଗତସିଂହପୁର ଜିଲାରେ ଏହି ସବୁ ଯୋଜନା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ପ୍ରକାର ମରଣଯନ୍ତା ପାଲଟି ଥିବାର ଦେଖା ଯାଇଛି । ଆଖି ବୁଜି ବସିଛି ପ୍ରଶାସନ । ନିରିହ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି ସର୍ବଶିକ୍ଷା ଅଭିଯାନ ଯୋଜନା । ବାରମ୍ବାର ଜଣାଇବା ପରେ ମଧ୍ୟ କାହାରିବି ଦୃଷ୍ଟି ପଡିବା ସମ୍ଭବ ହେଉନାହିଁ । ଦେଖନ୍ତୁ ଏହି ଦୃଶ୍ୟକୁ । ଏ ଦୃଶ୍ୟ ହେଉଛି ଜଗତସିଂହପୁର ଜିଲା ବିରିଡି ବ୍ଲକ କାଉପଡା ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ଏହି ବିଦ୍ୟାଳୟରେ ୪୦ ରୁ ଉର୍ଦ୍ଧ ପିଲା ପାଠ ପଢିବା ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଏହି ଠାରେ ଚଲୁଛି । ଗତ ୭ ବର୍ଷ ତଳେ ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ସର୍ବଶିକ୍ଷା ଅଭିଯାନ ଯୋଜନାରେ ଏହି ସ୍କୁଲରେ ନୂତନ ଗୃହ ନିର୍ମ।ଣ କରିଥିଲେ । ହଲେ ଅତ୍ୟନ୍ତ ନିମ୍ନ ମାନର କାମ ଯୋଗୁ ଖୁବ୍ କମ ଦିନରେ ଏହି ସବୁ ଘରର ନିଅଁ ଭୁସୁଡିବା ଆରମ୍ଭ କରିଥିବା ବଳେ କାନ୍ଥ ମଧ୍ୟ ଫାଟି ଆଁ କଲାଣି । ଫଳରେ କେଉ ମୁହୁର୍ତ୍ତରେ କଣ ଅଘଟଣ ଘଟିବ ତାକୁ ନେଇ ଅବିଭାବକ ତଥା ଛାତ୍ରଛାତ୍ରୀ ମାନେ ଆଶଙ୍କାରେ ରହିଥତ୍ବା ବଳେ ଅନେକ ଅବିଭାବକ ଭୟରେ ସେମାନଙ୍କ ପିଲାଙ୍କୁ ଏହି ସ୍କୁଲକୁ ପଠାଇବା ପାଇଁ ରାଜି ହେଉ ନାହାନ୍ତି । ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କାହାରି ଦୃଷ୍ଟି ପଡୁ ନଥିବାରୁ ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଆରପଟେ ଘର ଭାଙ୍ଗି ଭୁସୁଡିବାକୁ ବସିଥିବା ବଳେ ଏଠାରେ ଥିବା ଶିକ୍ଷୟତ୍ରୀ ସେ ବାବଦରେ ଜାଣି ନଥିବାର କହିବା ଘଟଣା ଶିକ୍ଷା ବିଭାଗର ଦାୟୀତ୍ବହୀନତାକୁ ପଦାରେ ପକାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.