Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଭଙ୍ଗା ଛାତ ତଳେ ପିଲାଙ୍କ ଭବିଷ୍ୟତ

1/08/2018 at 12:55 PM

ଭୂତକୋଠିରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ । କେଉଁଠି ଭଙ୍ଗା ଦଦରା ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି ତ ଆଉ କେଉଁଠି ପିଲାଙ୍କ ପାଇଁ ପାଣି ମିଳୁନି । ଦେଖିବା ଉଦଳା ଓ ଦେବଗଡ ଜିଲ୍ଲାରେ କେମିତି ଚାଲିଛି ଅଙ୍ଗନୱାଡି କେନ୍ଦ୍ରଭଙ୍ଗା ଘରେ ବସିଛନ୍ତି ପିଲା । ଛାତରୁ ପଲସ୍ତରା ଖସିଲାଣି । ତଳ ପ୍ଲାଷ୍ଟର ମଧ୍ୟ ନାହଇଁ । ଝରକା କବାଟ ନଥିବାରୁ ଅଙ୍ଗନୱାଡି କେନ୍ଦ୍ରକୁ ଗାଇ ଗୋରୁଙ୍କ ଅବାଧ ପ୍ରବେଶ ରହିଛି । ଗୋଟିଏ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଯେଉଁଠି ପିଲା ପାଠ ପଢୁଛନ୍ତି, ସେଇଠି ହିଁ ହେଉଛି ରୋଷେଇ । ଚୁଲି ଧୁଆଁରେ ଅଣନିଃଶ୍ବାସୀ ହୋଇ ପଡୁଛନ୍ତି କୋମଳମତି ଶିଶୁ । କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ । ଆମେ କହୁଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର । ସେପଟେ କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଛନ୍ତି ସିଡିପିଓ । ଗାଁ ବିବାଦ ଯୋଗୁଁ କାମ ବନ୍ଦ ହୋଇପଡିଛି । ଖୁବଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି ।

   Related Posts