ସୀମା ବିବାଦରେ ଫସିଛି ରାଜ୍ୟର ୯୬ ଗାଁ –ଏବେ ନିଦରୁ ଉଠିଲେ ସରକାର, ନିର୍ମାଣ ହେବ ସ୍କୁଲ କଲେଜ ଓ ଥାନା

Published By : Prameya-News7 Bureau | November 07, 2019 IST

ଭୁବନେଶ୍ୱର ୦୭।୧୧ -  ସୀମା ବିବାଦରେ ଫସିଛି  ରାଜ୍ୟର ୯୬ ଗାଁ ।  ବାରମ୍ବାର ଏନେଇ ଖବର ପ୍ରସାରଣ ହେଲାପରେ ବି ସରାକରଙ୍କ ନିଦ ଭାଙ୍ଗନି। ଆଜ ବିଧାନ ସଭା ଗୃହ କମିଟି ସରକାରଙ୍କ ନିଦ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି। ସୀମା ବର୍ତ୍ତୀ ଅଞ୍ଚଳରେ ସ୍କୁଲ କଲେଜ ଖୋଲିବା ସହ କୋଟିଆରେ ଥାନା ଖୋଲିବା​‌ ସହ ସମୀଅଞ୍ଚଳରେ ବାରମ୍ବାର ଅଧିକାରୀ ମାନେ ଗସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏପଟେ  ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ନେଇ ଅଡୁଆରେ ପଡିଛନ୍ତି ସରକାର ।

{"id":180592,"width":586,"height":342}

କୋଟିଆକୁ ବିବାଦ ପୁରୁଣା। ଏ ପର୍ଯ୍ୟନ୍ତ ନିଦ ଭାଙ୍ଗିନି ସରାକରଙ୍କ। ଗୃହ କମିଟି ନିର୍ଦେଶକୁ ମାନିବେ କି ସରକାର ।  କାରଣ କୋଟିଆ ୨୧ ଟି ଗାଁ ଆନ୍ଧ୍ର ପ୍ରଦେଶକୁ  ତା କବଜାରେ ରଖିଛି । ରାଜ୍ୟ ସରକାର ଯେତେ ସୁବିଧା କଲେ ବି  ଆନ୍ଧ୍ର ସରକାର କୋଟିଆ ଗାଁ ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି। ଏପରିକି  ଥାନା ବି ପାଖରେ ଅଛି । ଓଡିଶା ସେମାନଙ୍କ ବହୁଦୂର ହେଉଛି। ସେଥିପାଇଁ ଆନ୍ଧ୍ର ଥାନାକୁ ;ସମାନେ ଯାଉଛନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ବିଧାନସଭା ଗୃହ କମିଟି କୋଟିଆରେ ଥାନା ସ୍ଥାପନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  ଏହା ସହି ସୀମା ଅଞ୍ଚଳର ୫ କିଲୋମିଟର ଭିତରେ ଥିବା ସ୍କୁଲ, କଲେଜ ଏବଂ ବିଭିନ୍ନ ସରକାର ଅନୁଷ୍ଠାନ ଖୋଲା ରଖିବା, ସରାକରୀ ଅଧିକାରୀ ମାନେ ବାରମ୍ବାର ସୀମା ଅଞ୍ଚଳ ପରିଦର୍ଶନ କରିବା,​‌ ସୀମାରେ ଥିବା ଗାଁ କୁ ଓଡିଶା ଭିତରପଟୁ ରାସ୍ତା କରିବା, ଏବଂ     ମିନେରାଲ ମାଇନ୍ସ ବାଲି, ଗୋଡି ଓ ପଥର କେମିତି ଉଠିବା ସେ ନେଇ ବ୍ୟବସ୍ଥା କରିବା ପାଇଁ ରାଜ୍ୟସରାକାରଙ୍କୁ ନିର୍ଦେଶ ଜାରି କରିଛି ଗୃହ କମିଟି।

ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ, ଛତିଶଗଡ ଏବଂ ଝାରଖଣ୍ତ ସହିତ ପ୍ରାୟ ୯୬ ଟି ଗାଁକୁ ନେଇ ବିବାଦ ଦେଖାଦେଇଛି।  ଏପରିକି ଅନେକ ଗାଁକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ ନ୍ୟାୟ ପାଇଁ ପାରିନାହାନ୍ତି। ଓଲଟି ସୁପ୍ରିମକୋର୍ଟ ପ୍ରପର ଅର୍ଥରିଟି ପାଖକୁ ଯିବାକୁ ନିର୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ପରେ ପ୍ରକୃତ ଅର୍ଥରିକଯଇ କିଏ କାହାକ ପାଖକୁ ସରକାର ଯିବେ ସେ ଜାଣୁ ପାରୁ ନାହାନ୍ତି। ଏପଟେ କୋଟିଆ ରେ ୨୧, ଗଜପତିରେ ୧୬, ଗଞ୍ଜାମରେ ୧୩ରାୟଗଡାରେ ୫, ମୟୁର ଭଞ୍ଜର ୮ଟି ଗାଁ, କେନ୍ଦୁଝରର ୫, ସୁନ୍ଦରଗଡର ୬, ନବରଙ୍ଗ ପୁରର ୪ ଏଆଂ ଝାରସୁଗୁଡାର ୧ଟି ଗାଁ ସମୀବିବାଦରେ ଫସି ରହିଛି । ଏପଟେ ବିଲେଶ୍ବର ଜିଲ୍ଲାରେ ୮ଟି ଗାଁକୁ ନେଇ ବିବାଦ ରହିଥିଲା କିନ୍ତୁ ସ୍ଥାନୀୟ ପ୍ରଶାସନର ସରାକରଙ୍କ ଉଦାସୀନତା ମନୋଭାବ ପାଇଁ  ସୀମାରେ ଥିବା ଗାଁ ଗୁଡିକୁ ପଡ଼ୋଶୀ ରାଜ୍ୟ ମାନେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇ ନିଜର କରିଛନ୍ତି। ରାଜ୍ୟସରକାରଙ୍କ ଯୋଜନା ସେମାନଙ୍କ ପାଖ​‌ରେ ପହଞ୍ଚି ପାରୁନି। ଯେଉଁଥିପାଇଁ ଏହି ଗାଁ ଗୁଡିକୁ ପଡୋଶୀ ରାଜ୍ୟମାନେ ତାଙ୍କର ବୋଲି ଦାବି କରୁଛନ୍ତି। ଏବେ ଗୃହ କମିଟିର ନିର୍ଦେଶ ସରକାରଙ୍କ ନିଦ ଭାଙ୍ଗିବ ତ ? ତାକୁ ନେଇ ପ୍ରଶ୍ନ ଉଠିଛି।

{"id":180593}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.