ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣାକଲା ପାକିସ୍ତାନ , ଯୁଦ୍ଧପାଇଁ ପୁରାଦମରେ କରୁଛି ପ୍ରସ୍ତୁତି

Published By : Prameya-News7 Bureau | February 27, 2019 IST

ଲାହୋର ୨୭/୨-ଭାରତ-ପାକିସ୍ତାନ ସୀମାରେ ମୁହାଁମୁହିଁ । ଅବଶ୍ୟମ୍ଭାବୀ ଯୁଦ୍ଧକୁ ନେଇ ଦୁଇଦେଶ ମଧ୍ୟ ଶଙ୍କାଗ୍ରସ୍ତ ।  କେତେବେଳେ ହୋଇପାରେ ଭୟାନକ ଯୁଦ୍ଧ । ଏହି ଛକାପଂଝା ଭିତରେ ଉଭୟ ଉଭୟଙ୍କୁ ପ୍ରତିରୋଧ କରିବା ସହ ମୁହଁତୋଡ଼ ଜବାବ ଦେବାକୁ ଦୁଇଦେଶ ମଧ୍ୟ ସଜାଗ । ଏହି ପରିସ୍ଥିତିରେ ଭାରତ ଯେଭଳି ସଜାଗ ହୋଇପଡ଼ିଛି , ପାକିସ୍ତାନ ମଧ୍ୟ ଭୟଭୀତ ହୋଇପଡ଼ିଛି ।

ଭୟଭୀତ ହୋଇ ଦେଶର ସମସ୍ତ ବିମାନ ଚଳାଚଳ ବନ୍ଦ କରିବା ସହ ସମସ୍ତ ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସରକାର । ସୁରକ୍ଷାବ୍ୟବସ୍ଥାକୁ ଆଖିଆଗରେ ରଖି ପାକିସ୍ତାନ ସରକାର ନେଇଛନ୍ତି ଏହି ପଦକ୍ଷେପ ।

ପୁଲଓ୍ଵାମା ଘଟଣାପରେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ । ଭାରତର ଏହି ଷ୍ଟ୍ରାଇକ ପରେ ପାକିସ୍ତାନ ପ୍ରତିକ୍ରୟାଶୀଳ ହୋଇପଡ଼ିଥିଲା । ଫଳରେ ସୀମାରେ ଗୁଳିବର୍ଷଣ କରିବା ସହ ବାୟୁସେନା ସାହାର୍ଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ  । ଏଥିରୁ ଜଣାପଡ଼ୁଛି ଯୁଦ୍ଧପାଇଁ ପାକିସ୍ତାନ ପୁରାଦମରେ ଚଳାଇଛି ପ୍ରସ୍ତୁତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.