Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏହି ରାଜ୍ୟରେ ମେ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ୍ ବନ୍ଦ, ହେବ ନାହିଁ କୌଣସି ପରୀକ୍ଷା

18/04/2021 at 7:51 PM

ପାଟନା ୧୮।୦୪: ବିହାରରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୯୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାର ବଢୁଥିବା କେସ୍ ସଂଖ୍ୟା ସରକାର ଏବଂ ପ୍ରଶାସନ ଚିନ୍ତାକୁ ବଢାଇ ଦେଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ନୀତିଶ ସରକାର ଅନେକ କଡା ନିଷ୍ପତ୍ତି ନେଇଛନ୍ତି। ମେ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ-କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହ ସମୟରେ କୌଣସି ପରୀକ୍ଷା ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମୁକାବିଲାରେ ଅହରାତ୍ର ଉଦ୍ୟମରତ ସ୍ଵାସ୍ଥ୍ୟକର୍ମୀଙ୍କୁ ଏକ ମାସର ଅତିରିକ୍ତ ବେତନ ଦିଆଯିବ। କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ କଣ୍ଟେନମେଣ୍ଟ ଜୋନ୍ କରାଯିବ। ଏଥିରେ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ରହିବ। ସଠିକ୍ ସମୟରେ ଆରଟି-ପିସିଆର ରିପୋର୍ଟ ଦିଆଯିବ। ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍ ଉପଲବ୍ଧ କରାଯିବ। ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କ ଉପରେ ନଜର ରଖାଯିବ।

ନୀତିଶ କହିଛନ୍ତି, ଉଚ୍ଚସ୍ତରୀୟ ବୈଠକରେ ମେ ୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, କୋଚିଂ ଓ ଅନ୍ୟ ଶିକ୍ଷାନୁଷ୍ଠାନ ସଂସ୍ଥା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ କୌଣସି ପ୍ରକାରର ପରୀକ୍ଷା ହେବ ନାହିଁ। ସମସ୍ତ ସିନେମା ହଲ, ମଲ୍, କ୍ଲବ, ଜିମ୍, ସ୍ଵିମିଂ ପୁଲ୍, ପାର୍କ ଓ ଉଦ୍ୟାନ ମଧ୍ୟ ମେ ୧୫ ଯାଏ ବନ୍ଦ ରହିବ।

ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ରହିବ। ରେଷ୍ଟୁରାଣ୍ଟ, ଢାବା ଓ ଭୋଜନାଳୟରେ ବସି ଖାଇବା ଉପରେ କଟକଣା ରହିବ। ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି। ସମସ୍ତ ଦୋକାନ, ମଣ୍ଡି ବଜାର ୭ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରେ ବନ୍ଦ ହେବ। ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ ୫ଟା ସୁଦ୍ଧା ବନ୍ଦ ରହିବ। ସାର୍ବଜନୀକ ସ୍ଥଳରେ କୌଣସି ପ୍ରକାରର ସରକାରୀ ଏବଂ ବ୍ୟକ୍ତିଗତ ଆୟୋଜନ ଉପରେ ରୋକ୍ ଲଗାଯାଇଛି।

   Related Posts