Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା

8/01/2019 at 8:31 AM

ଭୁବନେଶ୍ବର ୮|୧: ଦୁଇ ଦିନିଆ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଆଜି ଗୋଟିଏ ଦିନ ପାଇଁ ଘୋଷଣା କରିଛନ୍ତି । ତେବେ ଆଜି ସନ୍ଧ୍ୟାରେ ପୁଣି ଆସନ୍ତାକାଲି ପାଇଁ ନିଷ୍ପତ୍ତି ନେବେ । ତେବେ ରାଜ୍ୟର ଅନେକ ଘରୋଇ ସ୍କୁଲ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲିଠାରୁ ଦୁଇ ଦିନିଆ ଛୁଟି ଘୋଷଣା କରିସାରିଛନ୍ତି । ଏପରିକି ଉତ୍କଳ ବିଶ୍ବବିଦ୍ୟାଳୟ ଏହି ଦୁଇ ଦିନରେ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ କରିଛି । ସେହିପରି ରାଜ୍ୟ ଗୃହ ବିଭାଗ ପକ୍ଷରୁ ସଚିବାଳୟ ଓ ହେଡସ୍  ଅଫ ଦି ଡିପାର୍ଟମେଣ୍ଟ ବିଲଡିଂରେ କାମ କରୁଥିବା କର୍ମଚାରୀଙ୍କୁ ସକାଳ ସାଢେ ୯ଟା ଭିତରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଚିବାଳୟର ମୁଖ୍ୟ ଫାଟକ ସକାଳ ୧୦ଟା ୧୫ରେ ବନ୍ଦ କରିଦିଆଯିବ । ଏହା ପରେ ପଛ ଗେଟ୍ ଦେଇ ଚଳପ୍ରଚଳ ହେବ । କର୍ମଚାରୀମାନେ ନିଜ ପରିଚୟ ପତ୍ର ସହ ସଚିବାଳୟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦିନ ଭିଜିଟରମାନେ ସଚିବାଳୟରେ ପ୍ରବେଶ କରିପାରବେ ନାହିଁ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି  ।      

   Related Posts