ଆଜିଠୁ ପୁଣି ଗର୍ଜିବେ ଶିକ୍ଷକ

Published By : Prameya-News7 Bureau | August 16, 2018 IST

ଭୁବନେଶ୍ୱର୧୬/୮: ଓହ୍ଲାଇବ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ । ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସରକାରଙ୍କ ସର୍ତ୍ତମୂଳକ ଅନୁଦାନ ଆଇନକୁ ପ୍ରତ୍ୟାହାର କରିବାକୁ ଲୋୟର ପିଏମଜିରେ ଏକାଠି ହେବେ । ସେମାନେ ଶିକ୍ଷାଦାନ ଭଳି ମହାନକାର୍ଯ୍ୟରେ ସାମିଲ ନଥିଲେ ମଧ୍ୟ ରାଜ୍ୟ ସରକାର ଏମାନଙ୍କୁ ଅଣଦେଖା କରିଚାଲିଥିବା ଅଭିଯୋଗ ହୋଇଛି । ତେଣୁ ପୁର୍ଣ୍ଣ ଅନୁଦାନ ସହ ,ଚାକିରୀ ସର୍ତ୍ତାବଳି ଲାଗୁ , ଅବସରକାଳୀନ ସୁବିଧା ସୁଯୋଗ ତୁରନ୍ତ ସରକାର ଯୋଗାଇ ନଦେଲେ ଆଜିଠାରୁ ତିନିଦିନ ଧରି ରାଜ ରାସ୍ତାରେ ଆନ୍ଦୋଳନ ଓ ଧର୍ମ ଘଟ ଜାରି ରଖିବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.