ପୁଣି ବିଦ୍ୟାଳୟ ମୁହାଁ ହେବେ ପିଲା: ରାଜସ୍ଥାନରେ ଜାନୁଆରୀ ୧୮ରୁ ସ୍କୁଲ, କଲେଜ ସହିତ ଖୋଲିବ କୋଚିଂ ସେଣ୍ଟର

Published By : Prameya-News7 Bureau | January 06, 2021 IST

ଜୟପୁର ୦୬।୦୧: କରୋନା ମହାମାରୀ ଯୋଗୁଁ ଦୀର୍ଘ ୯ ମାସ ପରେ ଖୋଲିବ ଶିକ୍ଷାନୁଷ୍ଠାନ। ପୁଣି ଥରେ ବିଦ୍ୟାଳୟମୁହାଁ ହେବେ ଛାତ୍ର-ଛାତ୍ରୀ। କରୋନା ପ୍ରକୋପ କମିବା ସହିତ ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ସ୍କୁଲ ଖୋଲିବାରେ ଲାଗିଛି। ଏହି କ୍ରମରେ ରାଜସ୍ଥାନରେ ସ୍କୁଲ, କଲେଜ୍, ବିଶ୍ଵ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ଜାନୁଆରୀ ୧୮ରୁ ଖୋଲିବାକୁ ଯାଉଛି। ମଙ୍ଗଳବାର କୋଭିଡ୍-୧୯ର ସାଂପ୍ରତିକ ସ୍ଥିତି ଉପରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ  ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନବମରୁ ଦ୍ଵାଦଶ ଶ୍ରେଣୀ, ବିଶ୍ଵ ବିଦ୍ୟାଳୟ ଏବଂ କଲେଜର ଫାଇନାଲ ଇୟର, କୋଚିଂ ସେଣ୍ଟର ଏବଂ ସରକାରୀ ପ୍ରଶିକ୍ଷଣ ଅନୁଷ୍ଠାନ ଜାନୁଆରୀ ୧୮ରୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ୍-୧୯ ଗାଇଡ୍‌ଲାଇନ୍‌ ଏବଂ ମାର୍ଗଦର୍ଶିକା ପାଳନ କରାଯାଇ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି, କୋଭିଡ୍-୧୯ର ଭ୍ୟାକ୍ସିନେସନ ପାଇଁ ମେଡିକାଲ କଲେଜ, ଡେଣ୍ଟାଲ କଲେଜ, ନର୍ସିଂ କଲଜେ ଏବଂ ପାରାମେଡିକଲା କଲେଜ୍ ମଧ୍ୟ ଜାନୁଆରୀ ୧୧ରୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତ୍ୟେକ କ୍ଲାସରେ ୫୦ ପ୍ରତିଶତ କ୍ଷମତା ସହିତ ପାଠ ପଢାଯିବ। ବାକି ୫୦ ପ୍ରତିଶତ ଛାତ୍ର-ଛାତ୍ରୀଙ୍କୁ ଦ୍ଵିତୀୟ ଦିନରେ ଶିକ୍ଷାଦାନ ଦିଆଯିବ। ଏହି  ନିୟମ ଉଭୟ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।

ଗେଲଟର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ରାଜସ୍ଥାନରେ କରୋନା ଭାଇରସ୍‌ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ପ୍ରଭାବଶାଳୀ ପରିଚାଳନା ସହିତ ଲୋକଙ୍କ ସହଯୋଗରେ ଆମେ ଏହି ମହାମାରୀକୁ କାବୁ କରି ପାରିଛେ। ରାଜ୍ୟରେ ସୁସ୍ଥହାର ୯୬.୩୧ ରହିଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.