Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||

ସ୍କୁଲ ବନ୍ଦ ପ୍ରତିବାଦରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ: ସାମିଲ ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

23/11/2020 at 10:15 PM

ତେଲକୋଇ୨୩/୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଳକ ଦୋବଲାପାଳ ପଞ୍ଚାୟତ ଅଧୀନ ବାଂଶପାଳ ଗାଁ ଝରାସାହିର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଛି। ଏପରି କି ୨ କିମି ରାସ୍ତାକୁ ଚନ୍ଦ୍ରଶେଖରପୁର ୟୁଜି ବିଦ୍ୟାଳୟ ସହିତ ଯୋଡା ଯିବା ନେଇ ବିବାଦ ସୃଷ୍ଟି ହୋଇଛି।

ଏ ନେଇ ସୋମବାର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶିକ୍ଷା ବିଭାଗ  ଅଫିସକୁ ଘେରାଉ କରିଥିଲେ। ଅଭିଯୋଗ ଅନୁସାରେ ସରକାରଙ୍କ ଶିକ୍ଷାନୀତିରେ ୧୫ରୁ କମ୍‌ ଛାତ୍ର ଥିଲେ। ନିକଟସ୍ଥ ସ୍କୁଲକୁ ସାମିଲ କରାଯିବ। ଏହି କ୍ରମରେ ସଂପୃକ୍ତ ପ୍ରାଥମିକ ବିଦ୍ୟାଳୟରେ ୧୬ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଚଳିତ ବର୍ଷ ୧୦ ଜଣ ଛାତ୍ରଛାତ୍ରୀ ସଂପୃକ୍ତ ସ୍କୁଲରେ ଆଡମିଶନ କରିବା କଥା । ତେବେ ଆଗରୁ ୨୫ ପିଲାରୁ କମ ପିଲା ସଂଖ୍ୟା  ଥିବା ସ୍କୁଲକୁ ବନ୍ଦ କରାଯିବା ନିୟମ ଥିବାରୁ ସ୍କୁଲର ପ୍ରଧାନ ଶିକ୍ଷକପିଲାଙ୍କୁ ଆଡମିଶନ କରିନଥିଲେ।

ଫଳରେ ସ୍କୁଲ ବନ୍ଦ ହେବାର ସମ୍ଭାବନା ଦେଖାଦେଇଛି । ଏ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଅଭିଭାବକ ଅବନ୍ତି ପେଣ୍ଠେଇଙ୍କ କହିବାନୁଯାୟୀ ଶିକ୍ଷା ବ୍ୟବସ୍ଥାର ଅବହେଳା ଯୋଗୁଁ  ଆମ କୁନି କୁନି ଛୁଆ ବଣ ଜଙ୍ଗଲ ଦେଇ ଦୁଇ କିଲୋମିଟର ଦୂରକୁ ଯାଇ ପାଠ କିପରି ପଢିବେ। ବିଲ,ପୋଖରୀ ଓ ଜଙ୍ଗଲ ମଧ୍ୟରେ ଯାଇ ପାଠ ପଢିବା ପିଲାଙ୍କ ପାଇଁ ସମ୍ଭବ ନୁହେଁ। ଯଦି ସରକାର ସ୍କୁଲ ବନ୍ଦ କରନ୍ତି ତେବେ ଆମ ପିଲାମାନେ ଗାଈ ଛେଳି ଚରାଇବେ ପଛେ ବିପଦ ସଂଙ୍କୁଳ ଅବସ୍ଥାରେ ଦୂର ସ୍କୁଲକୁ ପାଠ ପଢିବାକୁ ଆମେ ଛାଡିବୁ ନାହିଁ । 

ତେବେ ଦାୟିତ୍ୱରେ ଥିବା ଏବିଓ କ୍ଷୀରୋଦ କୁମାରୀ ମହାନ୍ତଙ୍କୁ ପଚାରିବାରୁ ସେ କହିଲେ ଯେ ସରକାରଙ୍କ ଚିଠିକୁ ନେଇ ଉକ୍ତ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ଚନ୍ଦ୍ରଶେଖରପୁର ୟୁଜି ଏମି ସ୍କୁଲରେ ସଲଗ୍ନ କରାଯାଇଥିଲା। ତେବେ ଗତକାଲି ବିଧାନସଭା ଗୃହର ଝଡ ଯୋଗୁଁ ୧୫ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଯୋଗୁଁ ଏଭଳି ସ୍ଥିତି ହୋଇଛି। ତେବେ ଛାତ୍ରଛାତ୍ରୀ ଓ ଅଭିଭାବକ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ କରାଯିବ ।

   Related Posts