Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ମାର୍ଚ୍ଚ ୩୧ ଯାଏଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ, ରାଜ୍ୟ ସରକାରଙ୍କ ଘୋଷଣା, ହେବନି ବାର୍ଷିକ ପରୀକ୍ଷା

7/12/2020 at 9:12 AM

ଭୋପାଳ,୦୭/୧୨: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରକୁ ନେଇ ଭୟ ରହିଛି । ଦୈନିକ ସଂକ୍ରମଣ କମିଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଲିନାହିଁ । ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ଆଦି ବନ୍ଦ ରହିଛି ।  କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରିଛନ୍ତି ।

ଶିବରାଜ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଚଳିତ ଶିକ୍ଷାବର୍ଷରେ ଆଉ ନିୟମିତ ପାଠପଢ଼ା ହୋଇପାରିବ ନାହିଁ । ଏବର୍ଷ ସେମାନେ ମଧ୍ୟ ବାର୍ଷିକ ପରୀକ୍ଷା ଦେବେ ନାହିଁ ।ଛାତ୍ରଚାତ୍ରୀଙ୍କୁ ସେମାନଙ୍କ ପ୍ରୋଜେକ୍ଟ ୱାର୍କ ମୂଲ୍ୟାୟନ ଆଧରରେ  ନମ୍ବର ମିଳିବ । ସେହିଭଳି ୯ମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲ ଆସିବେ ନାହିଁ । ସେମାନେ ସପ୍ତାହକୁ ଥରେ କିମ୍ବା ଦୁଇଥର ସ୍କୁଲକୁ ଆସିବେ । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଠାରୁ ସେମାନେ ପାଠ ସମ୍ପର୍କରେ ପଚାରି ବୁଝିପାରିବେ ଓ କୌଣସି ଡାଉଟ୍ ଥିଲେ ଫୋନ୍ କିମ୍ବା ଅନଲାଇନରେ ଜଣାଇବେ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ଏହି ଦୁଇଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ଖୁବଶୀଘ୍ର ସେମାନଙ୍କର ନିୟମିତ ପାଠପଢ଼ା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ  ଓ ସାମାଜିକ ଦୂରତା  ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ତେବେ ସ୍କୁଲ ଫି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ସେହିଦିନ ପର୍ଯ୍ୟନ୍ତ ଘରୋଇ ସ୍କୁଲମାନେ କେବଳ ଟ୍ୟୁସନ ଫି ନେବେ । ଏହା ବ୍ୟତୀତ ଅନ୍ୟ କୌଣସି ଫି ଘରୋଇ ସ୍କୁଲମାନେ ଆଦାୟ କରିପାରିବେ ନାହିଁ । ଏହି ନିଷ୍ପତ୍ତି କଡାକଡି ଭାବେ ପାଳନ ପାଇଁ ସେ  ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts