ବର୍ଷାଯୋଗୁଁ ୭ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
24/10/2019 at 10:17 AM

ଭୁବନେଶ୍ବର୨୪|୧୦; ଲଘୁଚାପ ଯୋଗୁଁ ଆହୁରି ଦୁଇଦିନ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୭ଟି ଜିଲ୍ଲାରେ ଆଜି ସରକାର ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଏହି ୭ଟି ଜିଲ୍ଲା ହେଲା ଗଞ୍ଜାମ, କଟକ, ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ଗଜପତି । ତେବେ ସ୍କୁଲରେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଅପରପକ୍ଷରେ ରାଜ୍ୟର ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ କରାଯାଇଛି । ୫ଟି ଜିଲ୍ଲା ସୁନ୍ଦରଗଡ, ବରଗଡ, ଦେବଗଡ, କେନ୍ଦୁଝର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହି ୯ ଜିଲ୍ଲା ହେଲା-ସୋନପୁର, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ମୟୁରଭଞ୍ଜ, ଅନୁଗୋଳ ।
ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।ସେହପରି ଭୁବନେଶ୍ବରରେ ୧୦୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।୧୨ ଘଣ୍ଟା ପାଇଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।