ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା : ଆଜି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

Published By : Prameya-News7 Bureau | September 25, 2019 IST

ବ୍ରହ୍ମପୁର ୨୫।୯: ଗଞ୍ଜାମ ଜିଲ୍ଲାରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷା ଯୋଗୁ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ । ତେବେ ଛୁଟି ଘୋଷଣା ସତ୍ତ୍ବେ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":162302}

ଲଗାଣ ବର୍ଷାରେ ଗଞ୍ଜାମରେ ସ୍ଥିତି ସାଂଘାତିକ ରହିଛି । ତେଣୁ ଆବଶ୍ୟକ ସ୍ଥଳେ ସ୍କୁଲ ଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ୨ଦିନ ହେବ ସହରରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ରାସ୍ତାରେ ଲହଡି ମାରୁଛି ପାଣି । 

ସେହିଭଳି ଗଜପତି ଏବଂ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.