୫ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ୍, ସ୍କୁଲକୁ ବନ୍ଦ କଲେ ପ୍ରଧାନ ଶିକ୍ଷକ

Published By : Prameya-News7 Bureau | September 09, 2021 IST

ଢେଙ୍କାନାଳ ୯।୯: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ସିଦ୍ଧେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ କରୋନା ପଜିଟିଭ୍ ଚିହ୍ନଟ । ଏହା ପରେ ବିଦ୍ୟାଳୟକୁ ବନ୍ଦ କଲେ ପ୍ରଧାନ ଶିକ୍ଷକ।

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ସୋମବାର ଦିନ ସ୍ବାସ୍ଥ୍ୟ ବିଭାଗ ତରଫରୁ ସ୍କୁଲର ମୋଟ୍ ୮୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇଥିଲା। ତେବେ ଆଜି ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଏନେଇ ଅଁଳାବେରଣୀ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି, ସେମାନେ ଘରେ ଅଛନ୍ତି । ସେମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଔଷଧ ଯୋଗାଇ ଦିଆଯାଇଛ।

ଗତ ୪ ତାରିଖରେ ମଧ୍ୟ କାନପୁରା ପଞ୍ଚାୟତରାଜ ହାଇସ୍କୁଲରୁ ୧୪ ଛାତ୍ରଛାତ୍ରୀ ଓ ୬ ଶିକ୍ଷକ ଓ ଶିକ୍ଷୟିତ୍ରୀ ପଜିଟିଭ୍ ଚିହ୍ନଟ କରାଯାଇଥିଲା। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ସ୍କୁଲକୁ ୭ଦିନ ପାଇଁ ବନ୍ଦ ଘୋଷଣା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ଘରେ ରହି ଚିକିତ୍ସା ହେବା ପାଇଁ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.