ଏହି ୭ ଜିଲ୍ଲାରେ ଏପ୍ରିଲ ୧୫ ଯାଏଁ ସବୁ ସ୍କୁଲ ବନ୍ଦ, କରୋନା ସଂକ୍ରମଣକୁ ଦେଖି ସରକାରଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | April 02, 2021 IST

ଇନ୍ଦୋର, ୦୨।୦୪: ସାରା ଦେଶରେ କରୋନା ସଂକ୍ରମଣ ମାମଲା ପୁଣି ବଢିବାରେ ଲାଗିଛି । ଏପରିକି ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । କରୋନା ସଂକ୍ରମଣକୁ ନଜରରେ ରଖି ମଧ୍ୟ ପ୍ରଦେଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ରାଜ୍ୟର ୭ ଜିଲ୍ଲାରେ ଏପ୍ରିଲ ୧୫ ଯାଏଁ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ସଂକ୍ରମଣ ମାମଲା ବଢିବା କାରଣରୁ ରାଜ୍ୟ ଗୃହ ବିଭାଗ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲକୁ ଏପ୍ରିଲ ୧୫ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି । ପୂର୍ବରୁ ୩୧ ତାରିଖରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ, ଭୋପାଳ, ଇନ୍ଦୋର, ଜବଲପୁର,ବୈତୁଲ, ଛିନ୍ଦଓ୍ୱାଡା, ଖରଗୋନ୍ ଓ ରତଲାମରେ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ରହିବ । ଏପ୍ରିଲ ୧୫ ଯାଏଁ ଏସବୁକୁ ବନ୍ଦ ରଖାଯିବ । ଏହି ସମୟରେ କିନ୍ତୁ ଅନଲାଇନ୍ ପାଠପଢା ଚାଲିବ ଜାରି ରହିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ହଜାର ୪୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୯ଜଣଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.