ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍ : ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କଲେ ସ୍ବତନ୍ତ୍ର ଟିମ୍, ପୂର୍ବରୁ ଚେତାବନୀ ଦେଇଥିଲେ ସରକାର

Published By : Prameya-News7 Bureau | September 11, 2019 IST

ଭୁବନେଶ୍ବର ୧୧।୯: ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ପାଇଁ ସ୍କ୍ବାର୍ଡ ଗଠନ । ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନେଇ ଏହି ଟିମ୍ ଗୁଡ଼ିକ ସ୍କୁଲ ପରିଦର୍ଶନ କରିବେ । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୩ଟିମ୍ ଗଠନ କରିଛନ୍ତି । ଆଜିଠାରୁ ଏହି ଟିମ୍  ତଦାରଖ କରିବେ  । ଯେଉଁ ସ୍କୁଲ କର୍ତ୍ତୃପକ୍ଷ ନିୟମ ଉଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରଥମେ ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ଯାଞ୍ଚ କରାଯିବ । ପରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କୁଲକୁ ତଦାରଖ କରାଯିବ । ପ୍ରଥମେ ଆଜିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଏହି ଯାଞ୍ଚ ହେବାକୁ ଥିବା ବେଳେ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଗୁଡ଼ିକରେ ତଦାରଖ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.