Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦ୍ବିତୀୟ ଦିନରେ ରାଜଧାନୀରେ ଯାଞ୍ଚ ହେଲା ବିଭିନ୍ନ ଇଂଲିଶ ମିଡିୟମ ସ୍କୁଲରେ ପିଲାଙ୍କ ସ୍କୁଲ ବ୍ୟାଗ୍

12/09/2019 at 5:31 PM

ଭୁବନେଶ୍ବର ୧୨।୯- ଗୁରୁବାରରେ ବି ରାଜଧାନୀରେ ଜିଲ୍ଲାପ୍ରଶାସନ ଦ୍ବାରା ନିଯୁକ୍ତ ସ୍କ୍ବାଡର ସଦସ୍ୟ ବିଭିନ୍ନ ଇଂଲିଶ ମିଡିୟମ ସ୍କୁଲରେ ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ କରିଛନ୍ତି  ।  କିଛି ପିଲାଙ୍କ ବ୍ୟାଗ୍‌ ଓଜନ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଥିବା ଜଣାପଡ଼ିଥିଲା ।  ତେବେ ପିଲାଙ୍କ ବସ୍ତାନୀ ବୋଝ କମାଇବାକୁ ବିଭିନ୍ନ ସ୍କୁଲରେ ପିଲାଙ୍କ ପାଇଁ ବହି ରଖିବାକୁ ଲକର ବ୍ୟବସ୍ଥା କରାଯାଇଛି ।

ରାଜଧାନୀର ବିଭିନ୍ନ ସ୍କୁଲରେ ଚାଲିଛି ପିଲାଙ୍କ ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପ୍ରକ୍ରିୟା ।  ଓ୍ବେଟ୍‌ ମେସିନ୍‌ରେ ବ୍ୟାଗର ଓଜନ ମାପୁଛନ୍ତି ଜିଲ୍ଲାପ୍ରଶାସନ ଦ୍ବାରା ନିଯୁକ୍ତ ସ୍କ୍ବାଡର ସଦସ୍ୟ । ବୁଧବାର ଭୁବନେଶ୍ବରରେ ୬ଟି ଇଂଲିଶ ମିଡିୟମ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ଓଜନ ଯାଞ୍ଚ କରାଯାଇଥିବା ବେଳେ ଗୁରୁବାର ମଧ୍ୟ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା ।  ତେବେ କିଛି ସ୍କୁଲରେ ପିଲାଙ୍କ ବସ୍ତାନୀ ବୋଝ ଅଧିକ ଥିବା ଜଣାପଡ଼ିଛି ।

କିଛି ସ୍କୁଲରେ ପ୍ରତିଦିନର ପାଠପଢ଼ା ହିସାବରେ ବହି ସଂଖ୍ୟା ଅଧିକ ରହୁଥିବାରୁ ପିଲାମାନଙ୍କ ପାଇଁ ସ୍କୁଲରେ ବହି ରଖିବାକୁ ଲକର ବ୍ୟବସ୍ଥା କରାଯାଇଛି ।  ତେବେ ପିଲାଙ୍କ ବସ୍ତାନୀ ବୋଝ କମାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଅଭିଭାବକଙ୍କୁ ମଧ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । 

ସ୍କୁଲରେ ପିଲାମାନଙ୍କୁ ରୁଟିନ୍‌ ଅନୁସାରେ ବହିଖାତା ଧରି ଆସିବାକୁ କୁହାଯାଇଛି ।  ଜିଲ୍ଲା ପ୍ରଶାସନର ଯାଞ୍ଚ ଯୋଗୁଁ  ସ୍କୁଲ କର୍ତ୍ତୃପକ୍ଷ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ।

   Related Posts