ସ୍କୁଲ ଅଟୋ ଟ୍ରାଜେଡିରେ ଲାଗୁନି ରୋକ୍ : ହାଇଓ୍ବା ପଛରେ ପିଟିଲା ଅଟୋ, ଅଳ୍ପକେ ବର୍ତ୍ତିଲେ ୮ ଛାତ୍ରଛାତ୍ରୀ

Published By : Prameya-News7 Bureau | March 06, 2020 IST

କାମାକ୍ଷାନଗର ୬।୩: ସ୍କୁଲ ଛାତ୍ରଛାତ୍ରୀ ଅସୁରକ୍ଷିତ ଭାବେ ଅଟୋ ଯୋଗେ ନେବା ଆଣିବା କରିବାକୁ ସରକାର ବ୍ୟାନ୍ କରିଛନ୍ତି । ଏହା ସତ୍ତ୍ବେ ଅଟୋରେ ସ୍କୁଲ ଛାତ୍ରଛାତ୍ରୀମାନେ ଯିବାଆସିବା କରୁଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ନିକଟରେ ହାଇଓ୍ବା ଟ୍ରକ୍ ପଛରେ ସ୍କୁଲ ଅଟୋ ପିଟି ହେବାରୁ ଦୁର୍ଘଟଣା ଘଟିଛି । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୮ଜଣ ଛାତ୍ରଛାତ୍ରୀ । ଅଟୋ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି ।

{"id":233732,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶିକ୍ରବାର କାଦୁଆ ଗାଁରୁ ୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ କାମାକ୍ଷାନଗରର ଏକ ବେସରକାରୀ ଶିକ୍ଷାନୁଷ୍ଠାନକୁ ଆସୁଥିବା ବେଳେ ଆଳତୁମା ନିକଟରେ ଠିକା କମ୍ପାନୀର ହାଇଓ୍ବା ଟ୍ରକ୍ କୁ ପଛ ପଟୁ ଧକ୍କା ଦେଇଥିଲା ଅଟୋ । ଅଟୋରେ ଥିବା ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି ।

{"id":233733,"sizeSlug":"large"}

ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖା ଦେଇଥିଲା । ଅଟୋରେ ଛାତ୍ରଛାତ୍ରୀଙ୍କୁ ଅସୁରକ୍ଷିତ ଭାବେ ପରିବହନ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି । ୩ ଚକିଆ ଅଟୋକୁ ସରକାର ବ୍ୟାନ୍ କରିଥିବା ବେଳେ କାମାକ୍ଷାନଗରର ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଅଟୋରେ ନେବା ଆଣିବା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.