Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଏ ବର୍ଷ ଖୋଲିବନି ସ୍କୁଲ, ଘୁଞ୍ଚିଲା ମାଟ୍ରିକ୍ ଫର୍ମ ପୂରଣ ତାରିଖ: ବଦଳିଯିବ କି ଶିକ୍ଷା ବର୍ଷ, ଚିନ୍ତାରେ ଅଭିଭାବକ

7/11/2020 at 7:23 PM

ଭୁବନେଶ୍ୱର ୦୭/୧୧ : ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ତାପରେ ମାଟ୍ରିକ ପରୀକ୍ଷା ଫର୍ମ ଫିଲ ଅପକୁ ସ୍ଥଗିତ ରଖିଛି ଗଣ ଶିକ୍ଷା ବିଭାଗ। ଏହି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି। ଏପଟେ ଓଷ୍ଟା ଏବଂ ଅବିଭାବକ ସଂଘ କହିଛନ୍ତି ଯେ ଶିକ୍ଷା ବର୍ଷ ବଦଳାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।


କଣ ହେବ ଛାତ୍ରଛାତ୍ରୀଙ୍କ ଭାଗ୍ୟ। ଘୁଞ୍ଚିବକି ଶିକ୍ଷା ବର୍ଷ। ଚିନ୍ତାରେ ଅବିଭାବକ। କାରଣ କରୋନା ମହାମାରୀ ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିଛନ୍ତି। ଜାନୁଆରିରେ ସ୍କୁଲ କେବେ ଖୋଲିବ କେବେ ପରୀକ୍ଷା ହେବା ସେ ନିଷ୍ପତ୍ତି ନିଆଯିବ। ଏଣେ ଆଜି ମାଟ୍ରିକ ଫର୍ମ ଫିଲ ଅପ ସ୍ଥଗିତ ରଖିବା ଲାଗି ନିର୍ଦ୍ଦେଶ ଦେଇଛି ଗଣ ଶିକ୍ଷା ବିଭାଗ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆସନ୍ତା ୯ରୁ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବର୍ତ୍ତମାନ ପୂରା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଫେବୃଆରୀରେ ଦଶମ ପରୀକ୍ଷା ହେବା କଥା। କିନ୍ତୁ ବର୍ତମାନ ସୁଦ୍ଧା ସରକାର ୩୦ ପ୍ରତିଶତ କୋର୍ସ ହ୍ରାସ କରିଛନ୍ତି। ହେଲେ ସ୍କୁଲ ଖୋଲିନିକି ପାଠ ପଢ଼ା ଆରମ୍ଭ ହୋଇନି। ପିଲା କେମିତି ପରୀକ୍ଷା ଦେବେ ତାକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଅବିଭାବକ। ଅବିଭାବକ ସଂଘ ପକ୍ଷରୁ ଏ ବାବଦରେ ସ୍ପଷ୍ଟ କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଛି। ଏପରିକି ସରାକରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛି ଅବିଭାବକ ସଂଘ


ଏପଟେ ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଓଷ୍ଟା ସ୍ବାଗତ କାରିଥିବା ବେଳେ ତିନିଟି ପ୍ରସ୍ତାବ ଦେଇଛି । ପ୍ରସ୍ତାବ ୧- ତୁରନ୍ତ ରାଜ୍ୟସରକାର ସମସ୍ତ ଷ୍ଟେକ ହୋଲଡରଙ୍କୁ ଡାକି ମିଟିଂ କରନ୍ତୁ। ପ୍ରସ୍ତାବ ୨- ଫେବ୍ରୁଆରୀରେ ପରୀକ୍ଷା କରିବା ସମ୍ଭବପର ନୁହେଁ । ତେଣୁ ଶିକ୍ଷା ବର୍ଷକୁ ଜୁନକୁ ଘୁଞ୍ଚାଯାଉ ନଚେତ ଜାନୁୟାରୀରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ କରାଯାଉ। ଏନେଇ ରାଜ୍ୟ ସରକାର କେନ୍ଦ୍ରସରକାରଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ। ପ୍ରସ୍ତାବ ୩ ଏହି ଦୁଇ ମାସ ଅତ୍ୟନ୍ତ ଗୁରୁତ୍ବପୂଣ୍ଣ ତେଣୁ ରାଜ୍ୟସରକାର କେରଳ ପରି ଟିଭି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ସୁବିଧା କରନ୍ତୁ। ଏପଟେ ସ୍କୁଲର ପ୍ରିନସିପାଲଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଫେବ୍ରୁଆରୀରେ ଦଶମ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି।


କରୋନା ମହାମାରୀ ପାଇଁ ଚିଳତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ସ୍କୁଲ ଖୋଲିବନି। ବର୍ତ୍ତମାନ ସୁଦ୍ଧା ବହି ମଧ୍ୟ ପିଲା ଖୋଲିନାହାନ୍ତି। ତେଣୁ ଯେହେତୁ ପାଠପଢ଼ା ଆରମ୍ଭ ହୋଇନି ।ତେଣୁ ଶିକ୍ଷାବର୍ଷ ପରିବର୍ତନ ନେଇ ଆଶାଙ୍କା ଉପୁଜୁଛ

   Related Posts