ପ୍ରଥମରୁ ଅଷ୍ଟମ ସମସ୍ତେ ପାସ୍, ସର୍ତ୍ତ ସହ ଏକାଦଶରୁ ଦ୍ୱାଦଶକୁ ହେବେ ଉତ୍ତୀନ୍ନ: କରୋନା ପରିସ୍ଥିତିରେ ଗଣଶିକ୍ଷା ବିଭାଗର ନୂଆ କ୍ଲାସ୍ ପ୍ରମୋସନ ନୀତି

Published By : Prameya-News7 Bureau | May 15, 2020 IST

ଭୁବନେଶ୍ୱର, ୧୫|୦୫ : କରୋନା ମୁକାବିଲା ମଧ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ନପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କାରଣ ଏହି ସମୟରେ ଅନେକ ପରୀକ୍ଷା ସ୍ଥଗିତ ରହିବା ସହ ପାଠପଢା ମଧ୍ୟ ବାଧାପ୍ରାପ୍ତ ହୋଇଛି ।  ଏହି ସବୁକୁ ନଜରରେ ରଖି ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଛନ୍ତି । ଏହାସହ ଏକାଦଶରୁ ଦ୍ୱାଦଶ ଶ୍ରେଣୀ ଛାଚ୍ରଛାତ୍ରୀଙ୍କୁ ମଧ୍ୟ ସର୍ତ୍ତମୂଳକ ଭାବେ ପାସ୍ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଭାଗର ବିଜ୍ଞପ୍ତି ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ କରାଯାଇଛି । ସେହିପରି ନବମରୁ ଦଶମ ଶ୍ରେଣୀକୁ ପାସ୍ ହେବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି । ଏହି ସର୍ତ୍ତାନୁସାରେ, ଯେଉଁ ବିଷୟର ପରୀକ୍ଷା ସରିଛି ତାହାର ମାର୍କ ପ୍ରଦାନ କରାଯିବ। ଯେଉଁ ବିଷୟର ପରୀକ୍ଷା ହୋଇନାହିଁ ସେହି ବିଷୟରେ ପୂର୍ବ ପରୀକ୍ଷା ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯିବ । ଏହା ଆଧାରରେ ଛତ୍ରଛାତ୍ରୀଙ୍କୁ ପାସ୍ କରାଯିବ । ଯଦି କେହି ଛାତ୍ରଛାତ୍ରୀ ଅର୍ଧବାର୍ଷିକ ପରୀକ୍ଷା ଦେଇନଥିବେ ତେବେ ଏକକ ପରୀକ୍ଷା ଆଧାରରେ ସେମାନଙ୍କୁ ନମ୍ବର ଦିଆଯିବ । ଏତତ୍ ବ୍ୟତୀତ ଛାଚ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ମଧ୍ୟ ନଜର ରଖାଯିବ ।

ତେବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅର୍ଧବାର୍ଷିକ ଓ ଅନ୍ୟ ପରୀକ୍ଷାକୁ ଆଧାର କରି ସେମାନଙ୍କୁ ପାସ୍ କରାଯିବ । ଯଦି ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଏହି ପରୀକ୍ଷା ଦେଇନଥିବେ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ । ଏହି ପରୀକ୍ଷା ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବା ପରେ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.