Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସ୍କୁଲ ବନ୍ଦ ନିୟମ ଏବର୍ଷ ଲାଗୁ ହେବନାହିଁ

7/06/2020 at 4:17 PM

ଭୁବନେଶ୍ୱର ୦୭।୦୬: ରାଜ୍ୟରେ ଏବର୍ଷ କୌଣସି ସ୍କୁଲ ବନ୍ଦ ହେବନି । ସବୁ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ । ପୂର୍ବବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଏବର୍ଷ ବି ସେଠାରେ କରାଯିବ । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏବର୍ଷ କାର୍ଯ୍ୟକାରୀ କରାଯିବ ନାହିଁ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଭାଗର ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତ ଶିକ୍ଷା ବର୍ଷରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇ ଥାଆନ୍ତା । ସେହି ସ୍କୁଲଗୁଡ଼ିକ ନିକଟସ୍ଥ ସ୍କୁଲରେ ମିଶାଯାଇ ଥାଆନ୍ତା । ସେଠାକାର ଛାତ୍ରଛାତ୍ରୀ ପାଖ ସ୍କୁଲରେ ପଢ଼ିଥାଆନ୍ତେ । ହେଲେ ଏବର୍ଷ କରୋନା ମହାମାରୀ ସଙ୍କଟ ପାଇଁ ସବୁକିଛି ସମୟ ଅନୁସାରେ ହୋଇନାହିଁ ।

ପିଲାଙ୍କ ପରୀକ୍ଷା ବନ୍ଦ ହେଲା । ସେମାନଙ୍କୁ ଷାଣ୍ମାସିକ ପରୀକ୍ଷାର ଫଳ ଆଧାରରେ ଉପର ଶ୍ରେଣୀକୁ ଉନ୍ନୀତ କରାଗଲା । କିନ୍ତୁ ଚଳିତବର୍ଷ କୌଣସି ସ୍କୁଲ ବନ୍ଦ ହେବନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତବର୍ଷ ୧୦ରୁ କମ୍‌ ପିଲା ଥିବା ସ୍କୁଲକୁ ଗତବର୍ଷ ବନ୍ଦ କରାଯାଇଥିଲା । ଆସନ୍ତା ସୋମବାରଠୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପିଲାଙ୍କ ନାମଲେଖା । ଏହି ପ୍ରକ୍ରିୟା ଜୁଲାଇ ୧୫ ସୁଦ୍ଧା ଶେଷ ହେବ । ସମସ୍ତେ କୋଭିଡ୍‌ ନିୟମକୁ ପାଳନ କରିବେ ।

   Related Posts