Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ସିନ୍ଧିଆ

13/03/2020 at 2:46 PM

ଭୋପାଲ ୧୩/୦୩ : ଭୋପାଲ ବିଜେପି କାର୍ଯ୍ୟାଳୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି | ଭୋପାଲ ବିଜେପି କର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରି ସାରିବା ପରେ ସିନ୍ଧିଆ ଏବଂ ଶିବରାଜ ଚୌହାନ କର୍ମୀଙ୍କୁ ସମ୍ବୋଧନ କରିଥିଲେ | ନାମାଙ୍କନ ଦାଖଲ କରିସାରିବା ପରେ ସିନ୍ଧି ଭାବୁକ ହୋଇପଡିଥିଲେ | ସେ କହିଥିଲେ ଆଜିର ଦିନ ଟଙ୍କା ପାଇଁ ବହୁତ ଖୁସିର ଦିନ | ବିଜେପି ପରିବାରରେ ଯୋଗଦେଇ ସେ ବହୁତ ଖୁସି ଏବଂ ନିଜକୁ ଭାଗ୍ୟଶାଳୀ ମାନେ କରୁଛନ୍ତି ବୋଲି କହିଥିଲେ ସିନ୍ଧିଆ | ସେ ଆହୁରି କହିଥିଲେ ଯେ, ଯେଉଁ ସଂଗଠନରେ ଯେଉଁ ପରିବାରରେ ସେ ୨୦ ବର୍ଷ ବିତାଇଥିଲେ, ପରିଶ୍ରମ କରିଥିଲେ, ଦଳକୁ ମଜବୁତ କରିବେ ବୋଲି ଯେଉଁ ସଂକଳ୍ପ ନେଇଥିଲେ, ସେହି ପରିବାର ସେହି ସଂଗଠନକୁ ଛାଡି ସେ ନିଜକୁ ବିଜେପିରେ ସାମିଲ କରିଛନ୍ତି | ସେଥିପାଇଁ ସେ ଭାବୁକ ହୋଇପଡିଛନ୍ତି ବୋଲି କହିଥିଲେ |

ତେବେ ଟଙ୍କା ଲକ୍ଷ୍ୟ ରାଜନୀତି ନୁହଁ ବରଂ ଜନସେବା ବୋଲି କହିଛନ୍ତି ସିନ୍ଧିଆ | ପଦବୀ ଟଙ୍କା ପାଇଁ ମହତ୍ଵପୂର୍ଣ୍ଣ ନୁହଁ, ବରଂ ନିଜର ମାନ ସମାନ, ନିଜର ଅସ୍ତିତ୍ବ ମହତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି |  ଶିବରାଜ ସିଂହ ଚୌହାନ ଜନତା ପାଇଁ କାମ କରିଛନ୍ତି | ସିନ୍ଧିଆ ପରିବାର ସତ୍ୟ ଏବଂ ସଠିକ ରାଜନୀତି କରେ ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ଭୋପାଲ ବିଜେପି କାର୍ଯ୍ୟାଳୟରେ ସିନ୍ଧିଆ ଏବଂ ଶିବରାଜ ସିଂହ ଚୌହାନ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସୁରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ | ଭୋପାଲରେ ବିଜେପି କର୍ମୀ ସିନ୍ଧିଆଙ୍କୁ ଭବ୍ୟ ସ୍ୱାଗତ କରିଥିଲେ | ସହରର ଅନେକ ସ୍ଥାନରେ ସିନ୍ଧିଆଙ୍କ ପୋଷ୍ଟର ଓ ହୋର୍ଡ଼ିଂଗ ଲଗାଯାଇଥିଲା |

କାର୍ଯ୍ୟସୂଚୀ ଅନୁଯାୟୀ, ସିନ୍ଧିଆ ୨ ଦିନିଆ ଗସ୍ତରେ ମଧ୍ୟପ୍ରଦେଶ ଆସିଛନ୍ତି |

   Related Posts