Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

WTCର ଦ୍ଵିତୀୟ ସଂସ୍କରଣର କ୍ରୀଡାସୂଚୀ ଜାରି, ଜାଣନ୍ତୁ କେଉଁ ଦଳ ସହ ମୁକାବିଲା କରିବ ଭାରତୀୟ ଦଳ

25/06/2021 at 5:07 PM

ନୂଆଦିଲ୍ଲୀ ୨୫।୦୬: ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପ୍ରଥମ ସଂସ୍କରଣ ସମାପ୍ତ ହୋଇଛି। ନିଜର ଦମଦାର ପ୍ରଦର୍ଶନ ବଳରେ ଦୁଇ ବର୍ଷ ଧରି ପଏଣ୍ଟ ତାଲିକାରେ ଦବଦବା ବଜାୟ ରଖିଥିବା ଭାରତୀୟ ଦଳ କିନ୍ତୁ ଫାଇନାଲ୍‌ରେ ଝୁଣ୍ଟିଛି। ୨୦୧୯ ବିଶ୍ଵ କପ୍ ସେମି ଫାଇନାଲ୍ ପରେ ଭାରତୀୟ ଦଳ ପୁଣି ଥରେ ଆଇସିସି ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ନ୍ୟୁଜିଲାଣ୍ଡ ହାତରୁ ୮ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ହେଲେ ଭାରତୀୟ ଦଳକୁ ପ୍ରଥମ ସଂସ୍କରଣକୁ ଭୁଲି ଏବେ ଦ୍ଵିତୀୟ ସଂସ୍କରଣ ଉପରେ ଧ୍ୟାନ ଦେବାକୁ ପଡିବ। ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଶୁକ୍ରବାର ଦ୍ଵିତୀୟ ସଂସ୍କରଣର କ୍ରୀଡାସୂଚୀ ଜାରି କରିଛି, ଯାହା ୨୦୨୧ ଜୁଲାଇରୁ ୨୦୨୩ ପର୍ଯ୍ୟନ୍ତ ଖେଳାଯିବ। 

ଭାରତର ୨୦୨୧-୨୩ କ୍ରୀଡାସୂଚୀ ଅନୁଯାୟୀ, ଭାରତୀୟ ଦଳ ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣରେ ଛଅଟି ଟେଷ୍ଟ ସିରିଜ୍ ଖେଳିବ। ସେଥିରୁ ତିନୋଟି ଘରୋଇ ମାଟିରେ ଖେଳିବ ଏବଂ ବାକି ତିନୋଟି ବିଦେଶରେ। ଭାରତୀୟ ଦଳ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳି ଦ୍ଵିତୀୟ ସଂସ୍କରଣରେ ନିଜର ଅଭିଯାନ ଆରମ୍ଭ କରିବ। ଇଂଲଣ୍ଡ ସିରିଜ୍ ପରେ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ସିରିଜ୍‌ରେ ଭାରତ ଡବ୍ଲ୍ୟୁଟିସି ଫାଇନାଲରେ ମିଳିଥିବା ପରାଜୟର ହିସାବ ବରାବର କରିବାକୁ ସୁଯୋଗ ମିଳିବ।

ନ୍ୟୁଜିଲାଣ୍ଡ ସିରିଜ୍ ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହି ଗସ୍ତରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌ ୨୦୨୧ ଜାନୁଆରୀରୁ ୨୦୨୨ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଡବ୍ଲ୍ୟୁଟିସିର ଦ୍ଵିତୀୟ ସଂସ୍କରଣରେ ଭାରତୀୟ ଦଳର ଏହା ଦ୍ଵିତୀୟ ଘରୋଇ ସିରିଜ୍ ହେବ।

ଏହା ପରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଘରୋଇ ଶୃଙ୍ଖଳା ଖେଳିବ। ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତ କରି ଚାରି ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭସ୍କର ଟେଷ୍ଟ ସିରିଜ୍ ଖେଳିବ। ଭାରତ ଅଷ୍ଟ୍ରେଲିଆ ମାଟିରେ ଗତ ଦୁଇଟି ବର୍ଡର-ଗାଭାସ୍କର ଜିତିବାରେ ସଫଳ ହୋଇଛି। ଏହା ପରେ ଦଳ ବାଂଲାଦେଶ ଗସ୍ତ କରି ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ।

   Related Posts