ଶ୍ରୀମନ୍ଦିରରେ କାର୍ତ୍ତିକ ବ୍ରତ ପାଇଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ

Published By : Prameya-News7 Bureau | October 26, 2020 IST

ପୁରୀ ୨୬।୧୦: ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।

ଆଶ୍ବୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆସନ୍ତାକାଲିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ବାର ଫିଟା, ତାପରେ ମଙ୍ଗଳା ଆରତୀ, ମଇଲମ, ତଡ଼ପଲାଗି, ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ ପରେ ଦିବା ପହୁଡ଼ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଆଦି ନୀତି କରାଯିବ ।

ଆଗାମୀ ୨୫ ତାରିଖରେ ପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ ତାରିଖରେ ବାଙ୍କଚୂଡ଼ ବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ ତାରିଖରେ ତ୍ରିବିକ୍ରମ ବେଶ, ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ସହ ଶେଷରେ ୩୦ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.