ସପ୍ତାହେ ଧରି ଗାଧୋଉନଥିଲେ ସ୍ବାମୀ, ଦୁର୍ଗନ୍ଧରେ ଅତିଷ୍ଠ ହୋଇ ସ୍ତ୍ରୀ କଲେ ଏଭଳି କାମ

Published By : Prameya-News7 Bureau | April 13, 2019 IST

ଭୋପାଳ ୧୩|୪: ମଧ୍ୟପ୍ରଦେଶର ଭୋପାଳରରେ ଜଣେ ମହିଳା ଛାଡପତ୍ର ପାଇଁ ଆବେଦନ କରିଛନ୍ତି । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସଂପୃକ୍ତ ମହିଳାଙ୍କ ସ୍ବାମୀ ସପ୍ତାହେ ପର୍ଯ୍ୟନ୍ତ ଗାଧାନ୍ତିନାହିଁ । ତେଣୁ ତାଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ । ଫଳରେ ଏଥିରେ ଅତିଷ୍ଠ ହୋଇ ମହିଳା ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି ।

ସୂଚନା ଅନୁସାରେ ପାଖାପାଖି ଏକ ବର୍ଷ ପୂର୍ବରୁ ଏହି ଦମ୍ପତ୍ତି ବିବାହ କରିଥିଲେ । ଉଭୟ ଭିନ୍ନ ଜାତିର ହୋଇଥିଲେ ଏବଂ ସେମାନଙ୍କର ପ୍ରସ୍ତାବିତ ବିବାହ ଥିଲା । ପୁଅ ସିନ୍ଧି ସମାଜର ହୋଇଥିବା ବେଳେ ଝିଅ ବ୍ରାହ୍ମଣ ଥିଲା । ଯୁବକ ଜଣକ ବୈରାଗଡରେ ଏକ ଦୋକାନ ଖୋଲିଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କର ସ୍ବାମୀ ପ୍ରତିଦିନ ଗାଧୋଉ ନଥିଲେ । ସାତ ଦିନରେ ଥରଟିଏ ଗାଧୋଉଥିଲେ ଏବଂ ସେଭିଂ ହେଉଥିଲେ । ସେଥିପାଇଁ ତାଙ୍କ ଶରୀରରୁ ଦୁର୍ଗନ୍ଧ ବାହାରୁଥିଲା । ଯେତେବେଳେ ସେ ଗାଧୋଇବାକୁ କୁହନ୍ତି, ସ୍ୱାମୀ ପର୍ଫ୍ୟୁମ୍‌ ମାରିଦିଅନ୍ତି । ବିବାହ ପରେ ସେ ସ୍ବାମୀଙ୍କ ଦୈନନ୍ଦିନ ଅଭ୍ୟାସ ପରିବର୍ତ୍ତନ ପାଇଁ ଉଦ୍ୟମ କରିଥିଲେ, ମାତ୍ର ଏଥିରେ ସେ ବିଫଳ ହୋଇଥିଲେ । ତେଣୁ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।

ବିଚାରପତି ଜଷ୍ଟିସ ଆର.ଏନ.ଚନ୍ଦ୍ର ଏହି ଦମ୍ପତ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ସେମାନଙ୍କୁ ଛାଡପତ୍ର ଦରକାର, ତା'ହେଲେ ୬ ମାସ ଯାଏଁ ଅଲଗା-ଅଲଗା ରହିବାକୁ ପଡିବ । ଏହାପରେ ଛାଡପତ୍ର ପ୍ରମାଣପତ୍ର ଜାରି କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.